ଫୁଲବାଣୀ: ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0
183

ଫୁଲବାଣୀ,୦୯/୦୩/୨୦୨୦: ଆନ୍ତର୍ଜାତୀୟ ମହିଳା ଦିବସ ବନାନୀ କଳାସଂଗମ ଫୁଲବାଣୀ ଠାରେ ମିଳିତ ନାଗରିକ କମିଟି ଆନୁକୂଲ୍ୟରେ ମହିଳା ଅଧିକାର ଅଭିଯାନ ପକ୍ଷରୁ ଆୟୋଜିତ ହୋଇଥିଲା। ବରିଷ୍ଠ ମାଆ ମନୋରମା ରଥ ଅତିଥି ଭାବେ ପ୍ରଦୀପ ଜାଳି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ବରିଷ୍ଠ ଆଇନଜୀବୀ ରବୀନ୍ଦ୍ରନାଥ ମିଶ୍ର ପୌରୋହିତ୍ୟ କରିଥିଲେ।କମିଟି ର ଆବାହକ ଅଶୋକ ପରିଡା ଏହି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ମହିଳା ସଦସ୍ୟ ସୁମତି ମହରଣା କାହିଁକି ଏ ଦିବସ ପାଳନ ହେଉଛି ଏବଂ ୧୯୦୦ମସିହାରେ କିପରି ଆମେ ରିକାର ନ୍ୟୁୟର୍କ ସହରରେ ଲିଙ୍ଗଗତ ସମାନତା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା।୧୯୦୮ ମସିହାରେ ୧୫ହଜାର ମହିଳା ଦୈନିକ ୧୨ଘଣ୍ଟା ସ୍ଥାନରେ ୮ଘଣ୍ଟା ମଜୁରୀ ଓ ମହିଳା ଙ୍କୁ ଭୋଟଦାନର ଅଧିକାର ଉପରେ ଆନ୍ଦୋଳନ ଆରମ୍ଭ ହୋଇଥିଲା।ମହିଳା ମାନେ ସମାଜରେ ନିଯ୍ୟାତନା, ଶୋଷଣ ର ଶୀକାର ହେଉଥିବା ରୁ ସମାନ ଅଧିକାର ପାଇଁ ଏବଂ ନିର୍ଭୟରେ ଯିବା ଆସିବା କରିବା ଜନସାଧାରଣ ବିଶେଷ କରି ପୁରୁଷ ସମାଜ ସବୁ ମହିଳା ଙ୍କ ଉଦ୍ଦେଶ୍ୟ ରେ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ।ସରକାରମହିଳା ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଓ ଆଇନରେ ବ୍ୟାକୁଳ ବ୍ୟବସ୍ଥା ଗ୍ରହଣ କରିଛନ୍ତି। କିନ୍ତୁ ସମାଜରେ କେତେକ ଅସାମାଜିକ ବ୍ୟକ୍ତି ମହିଳା ଙ୍କୁ ଖେଳନ ଭାବି ଉପଭୋଗ ର ସାମଗ୍ରୀ ଭଳି ନିର୍ଯାତନା ଦେଉଥିବା ଦେଖାଯାଉଛି।ବାସ୍ତବରେ ମହିଳା ମାନେ ହିଁ ସମାଜ ରେ ସୃଙ୍ଖଳା ଆଣିବା ସହ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।ମାଆ ଓ ପତ୍ନୀଙ୍କୁ ସମାନ ଭଲ ପାଇବା ଓ ସମ୍ମାନ ଦେବା ଆବଶ୍ୟକ।ଜଣେ ମହିଳା ବିଭିନ୍ନ ଭୂମିକାରେ ଅଭିନୟ କରି ମଧ୍ୟ କେବେହେଲେ ସେ ଥକି ପଡି ନ ଥାଏ। ଆମ ଦେଶର ଆଇନକୁ କାର୍ଯ୍ୟକାରୀ କରୁଥିବା ନେତା ଓ ଅଧିକାରୀ ମାନେ ଆନ୍ତରିକତା ପ୍ରଦର୍ଶନ କରୁ ନଥିବାରୁ ମହିଳା ମାନେ ଆଶାନୁରୂପ ସହଯୋଗ ପାଉନାହାନ୍ତି।ମୁଖ୍ୟ ବକ୍ତା ଭାବେ ବୌଦ୍ଧ ସରକାରୀ ଆଦର୍ଶ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସ୍ୱାଇଁ ଯୋଗ ଦେଇ ସମାଜରେ ନୈତିକ ମୂଲ୍ୟବୋଧ ର ଅବକ୍ଷୟ ସମ୍ପର୍କରେ ଆଲୋଚନା କରିଥିଲେ। ସେଥିପାଇଂ ବେବିନା, ଇତିଶ୍ରୀ ମାଧବିଲତା ଭଳି ସରଳ ନିଷ୍ପାପ ନିରୀହ ଝିଅମାନେ ଦୁଷ୍କର୍ମ ର ହୋଇ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।ମହିଳା ସୁରକ୍ଷା ଏବେୠ ପ୍ରଶ୍ନବାଚୀ ହୋଇ ରହିଛି।ବରିଷ୍ଠ ଆଇନଜୀବୀ ବିଜୟକୃଷ୍ନ ପଟ୍ଟନାୟକ ଆଇନରେ ମହିଳା ମାନେ ଆଗ ଅପେକ୍ଷା କଣ ଅଧିକ ସୁବିଧା ସୁଯୋଗ ପାଉଛନ୍ତି ତା ଉପରେ ଆଲୋକ ପାତ କରିଥିଲେ।ଆଜି ଅଧିକାଂଶ କ୍ଷେତ୍ରରେ ମହିଳା ମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କ ସମକକ୍ଷ ହୋଇ ପାରିଲେଣି। ଏପରିକି ମହିଳା କରୁଥିବା କାର୍ଯ୍ୟ ପୁରୁଷ ମାନେ କରିପାରିବେ ନାହିଁ ବୋଲି ସୁମତି ମହାରଣା ତାଙ୍କ ବକ୍ତବ୍ୟରେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁଚିତ୍ରା ଦାସ କବିତା ସାହୁ ନବ କିଶୋର ରଥ,,ରାଜ କିଶୋର ବେହେରା ପ୍ରମୁଖ ନାରୀ ସୁରକ୍ଷା ଉପରେ ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ।ବିଭିନ୍ନ ମହିଳା ସମିତିର ସଭ୍ୟସଭ୍ୟାମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here