ବେଲଗୁଣ୍ଠାରେ ଆନ୍ତର୍ଜାତିୟ ମହିଳା ଦିବସ ୧୩୫ ଜଣ ମହିଳାଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ।

0
157
  • ବେଲଗୁଣ୍ଠା, ୦୯/୦୩/୨୦୨୦;ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଅଛି ।ଏହି ଅବସରରେ ୧୩୫ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନବୀନ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି ।ପ୍ରତିକ୍ଷେତ୍ରରେ ଓଡିଶା ସରକାର ମହିଳା ମାନଙ୍କୁ ଅଗ୍ରାଧିକାର ପ୍ରଦାନ କରୁଥିବା ସେ ବକ୍ତବ୍ୟ ରଖିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନପୁର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ପରିଷଦର କର୍ମଚାରୀ ସୁଶାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ୍ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ପୁର୍ବତନ ଉପ-ନଗରପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ସଂଗଠକ ଡାଃ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନ ପରାମର୍ଶ ଦାତା ତଥା ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାଗତା ଦଳବେହେରା,ସମାଜସେବୀ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ରେ ବେଲଗୁଣ୍ଠାର ପୁର୍ବତନ କାଉନସିଲରବୃନ୍ଦ, ଯୁବ ସଂଗଠକ ଦିବ୍ୟରଞ୍ଜନ ଦାସ,ଶିବ ପ୍ରସାଦ ମହାପାତ୍ର,୪୭ନଂ ଜିଲ୍ଲା ପରିଷଦ ସଭ୍ୟ ଅମିତ୍ କୁମାର ନାୟକ, ଆମ୍ବପୁଆ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ, କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ, ପୁର୍ବତନ ସରପଞ୍ଚ ବିଦ୍ୟାଧର ବିଷୋୟୀ,ମହିଳା ସଂଗଠିକା ଗୋଲାପ ରାଉତ ଏବଂବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଦୁଇ ହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here