କୁଆନଳାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
205

 

ବୁଗୁଡା, ୧୦/୦୩/୨୦୨୦: ବୁଗୁଡା ବ୍ଲକ ଅନ୍ତର୍ଗତ କୁଆନଳା ଗ୍ରାମରେ ମା ରତନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚ ସୋମବାର ଦିନ ଆରମ୍ଭ ହୋଇଯାଇଛି।କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୁବନେତା ସୁନୀଲ କୁମାର ପାଢୀ,ସୁରେନ୍ଦ୍ର ନାଥ ବରାଡ଼,କୈଳାଶ ଚନ୍ଦ୍ର ରଥ, ଭାସ୍କର ଦୋର ପ୍ରମୁଖ ଯୋଗ ଦେଇଥିଲେ। ମା ରତନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

 

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here