ବାଇକ୍ ଦୁର୍ଘଟଣା , ଜଣଙ୍କର ମୃତ୍ୟୁ ଜଣେ ଆହତ

0
178

ଗଞ୍ଜାମ,୧୦/୦୩/୨୦୨୦(ଟୁକୁନା ପ୍ରଧାନ): ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବେଲପଡା ନିକଟ ମୂଖ୍ୟ ରାସ୍ତାରେ ଗତ କାଲି ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବା ଯୋଗୁଁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତ୍ତର ଆହତ ହୋଇଛନ୍ତି l ମୃତକଙ୍କ ନାମ ବୁଲା ପରିଡା (୩୮) ଓ ଆହତଙ୍କ ନାମ ଭାଗବାନ ଗଉଡ l ମୃତକଙ୍କ ଘର କେ. ନିମିନା l ପ୍ରାପ୍ତ ସୂଚନା ଅନୁଯାୟୀ ବୁଲା ଓ ଭାଗବାନ ଏକ ବାଇକ (OD ୦୭ ଏ ବି ୫୪୩୩) ଯୋଗେ ନିଜ ଗ୍ରାମରୁ ବୁରୁଝରି ଗ୍ରାମକୁ ଯାତ୍ରା ଦେଖିବା ପାଇଁ ଯିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ଓ ଘଟଣା ସ୍ଥଳରେ ବୁଲା ମୃତ୍ୟୁ ବରଣ କରିବା ସହ ଭଗବାନ ଙ୍କୁ କୋଦଳା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ l ଖବର୍ ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ବାଇକ୍ କୁ ଜବତ କରିଛନ୍ତି l

LEAVE A REPLY

Please enter your comment!
Please enter your name here