ଗଞ୍ଜାମ, ୧୧/୦୩/୨୦୨୦ (ଟୁକୁନା ପ୍ରଧାନ)- : ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜୁ ଜନତା ଦଳ ତରଫ ରୁ ମିନି ଷ୍ଟାଡିୟମ ପରିସରରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ ଙ୍କ ଅଧକ୍ଷତା ରେ ଆୟୋଜିତ ସମାବେଶ ରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ଥିବା ୭୦ ଲକ୍ଷ ମହିଳା ଗୋଷ୍ଠୀ ର ସଦସ୍ୟ ମାନଙ୍କ ପାଇଁ ମିଶନ ଶକ୍ତି ଭଳି ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତେଣୁ ମହିଳା ମାନେ ଏହି କ୍ଷେତ୍ର ରେ ଆଗେଇଆସିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ଡ . ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପ୍ରମୁଖ ମହିଳା ମାନଙ୍କୁ ରାଜନୈତିକ , ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ର ମଜବୁତ କରିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରକାଶ କରିଥିଲେ । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ସୋନମ ପଲେଇ ,ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା , ବ୍ଲକ ଅଧକ୍ଷା ଶ୍ରୀମତୀ ମିନାକ୍ଷୀ ସାହୁ ଓ ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ସନ୍ଧ୍ୟାରାଣୀ ଦଳେଇ ୨ ଜଣ ରାଜ୍ୟ ମହିଳା ପର୍ଯ୍ୟବେକ୍ଷକ ମୀରାପରିଡା ଓ ଅନ୍ୟ ଜଣେ ଯୋଗ ଦେଇଥିବା ବେଳେ ଖଲ୍ଲିକୋଟ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ, ସମାଜସେବୀ ରତ୍ନାକର ସାହୁ , ଦୈତାରୀ ବେହେରା , ସରପଂଚ ପ୍ରଫୁଲ ଚନ୍ଦ୍ର ସାହୁ , ସକଳେଶ୍ଵର ଦାଶ , ବନମାଳୀ ଵାଲା , ପୂର୍ବତନ ନଗରପାଳ ସସ୍ମିତା ବେହେରା , ନଗର ବିଜେଡି ସଭାପତି ନରେନ୍ଦ୍ର ପାତ୍ର , ଓ ନଗର ମହିଳା ବିଜେଡି ସଭାପତି ଶ୍ରୀମତୀ ଅଳକା ପଟ୍ଟନାୟକ ଓ ବ୍ଲକ ମହିଳା ବିଜେଡି ସଭାପତି ଶ୍ରୀମତୀ ମିତାଞ୍ଜଳୀ ମିଶ୍ର ଙ୍କ ସମେତ ସମସ୍ତ ମହିଳା ସରପଞ୍ଚ ଓ ସମିତି ସଭ୍ୟା ଯୋଗଦେଇଥିବା ବେଳେ ବି ଜେ ଡି ନେତା ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଆଗାମୀ ଦିନ ରେ ଓଡିଶା କୁ ଭାରତ ର ଏକ ନମ୍ବର ରାଜ୍ୟ ରେ ପରିଣତ କରିବା ପାଇଁ ମହିଳା ମାନେ ଆଗାମୀ ଦିନ ରେ ନବୀନ ପଟ୍ଟନାୟକ ଙ୍କ ର ହାତ ମୁଠା ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟ ରେ ଖଲ୍ଲିକୋଟ ର ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ମଂଚ ପରିଚାଳନା କରିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସହିତ ବହୁ ସଂଖ୍ଯାରେ ମହିଳା ମାନେ ଉପସ୍ଥିତ ଥିଲେ ।