ଭଞ୍ଜନଗର ରେ ଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ: ୧୦ ହଜାର ଜରିମାନା ଆଦାୟ

0
385

 

ଭଂଜନଗର, ୧୩/୦୩/୨୦୨୦:ଗତକାଲି ଅପରାହ୍ନରେ ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ସହରର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏଥିସହ ସ୍ୱଚ୍ଛ ସାଥି, ସୁପରଭାଇଜର ଓ ପଲିଥିନ ସ୍କ୍ୱାର୍ଡ ସହ ଆଲୋଚନା କରିବା ପରେ ମୁଖ୍ୟ ରାସ୍ତାରେ ଥିବା ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଓ ମକବୁଲ ଖାନ ଙ୍କ ଠାରୁ ପଲିଥିନ କାରବାର, ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ଓ ଦୋକାନ ସାମ୍ନାରେ ଅଳିଆ ଆବର୍ଜନା ଜମା କରିବା ଅଭିଯୋଗରେ ପ୍ରତ୍ୟେକଙ୍କ ଠାରୁ ୫ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିଲେ।ପ୍ଲାଷ୍ଟିକ ବ୍ୟବହାର ଠାରୁ ଦୂରେଇ ରହିବାକୁ ବ୍ୟବସାୟୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଏନ ଏ ସି ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here