ଆସିକା ଚିନିକଳ ରେ ନକଲି ସାର୍ଟିଫିକେଟ୍ ରେ ଚାକିରୀ ।

0
344

ଆସିକା,୧୪/୦୩/୨୦୨୦:~ଆସିକା ଚିନି କଳ ରେ ଜାଲ ଶିକ୍ଷା ଗତ ସାର୍ଟିଫିକେଟ୍ ଦେଇ ୮ ଜଣ ବ୍ଯକ୍ତି ନିଯୁକ୍ତି ପାଇଥିବା ଜଣାପଡିଛି ।ସେମାନେ ହେଲେ ମନମୋହନ ପାଢୀ, ପରଦେଶୀ ସ୍ୱାଇଁ, ସନ୍ତୋଷ ଭଂଜ, ଜୟରାମଗୌଡ ଆଦିକନ୍ଦ ସ୍ୱାଇଁ ଯୁଧିଷ୍ଠିର ନାୟକ,ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଓ ଉପେନ୍ଦ୍ର ସିଅ ।ଏହି ଆଠଜଣ ଙ୍କ ନାମରେ ଚିନିଶିଳ୍ପ ସଂପାଦକ ଆସିକା ପୁଲିସ ଥାନାରେ ଅଭିଯୋଗ ଗତକାଲି ଦାଖଲ କରିଛନ୍ତି।ଏମାନଙ୍କ ମଧ୍ୟରୁ ଉପେନ୍ଦ୍ର ସିଅ ଅବସର ଗ୍ରହଣ କରିଛନ୍ତି। ଏମାନଙ୍କ ସଂପର୍କରେ ତଦନ୍ତ ଚାଲିଛି ଓ ଖୁବଶିଘ୍ର ଏମାନଙ୍କୁ ଗିରିଫ କରାଯିବ ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ରିପୋର୍ଟ : ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here