ବ୍ରହ୍ମପୁର,୧୪/୦୩/୨୦୨୦(ବ୍ୟୁରୋ ରିପୋର୍ଟ): ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳ ଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ ୨୭ରେ ଭାରତ ଫେରିଥିଲେ । ୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ଗତକାଲି ବିଳମ୍ବିତ ରାତିରେ ଫେରିଛନ୍ତି । ସେ ଫେରିବା ପରେ ପରିବାର ଲୋକଙ୍କ ଆନନ୍ଦ କହିଲେ ନ ସରେ। ଶିବାଶିଷ ଙ୍କୁ ସାକ୍ଷାତ୍ ବେଳେ ସେ କହିଛନ୍ତି ଯେ ମୁଁ ପୁନର୍ଜନ୍ମ ପାଇଛି। ଭଗବାନଙ୍କ କୃପା, ମା’ବାପାଙ୍କ ଆଶୀର୍ବାଦ ଓ ଖବରଦାତାଙ୍କ ଲଗାତାର ସହଯୋଗ ଯୋଗୁ ମୁଁ ଘରକୁ ଫେରି ଆସିଛି ବୋଲି ସାକ୍ଷାତ୍ ବେଳେ ଶିବାଶିସ କହିଛନ୍ତି।