ଭିନ୍ନଷମ ଙ୍କ ଘର ପାଇଁ ଲାଞ୍ଚ,ଜିଲ୍ଲାପାଳ ଙ୍କ ତଦନ୍ତ ନିର୍ଦ୍ଦେଶ

0
279

କୁକୁଡାଖଣ୍ଡି,୧୪/୦୩/୨୦୨୦:ମୋ ସରକାର ନିଦ୍ଧେଶ ମଧ୍ୟ କାଟୁ କରୁନି ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଙ୍କୁ ।ଆକୁଂଶପୁର ପଂଚାୟତ ର ଜଣେ ଦିବ୍ୟାଗଂ ଅଜୟ ସ୍ବାଇଁ କୁ ଆକୁଂଶପୁର ପଞାୟତ ପିଓ ଇନ୍ଦିରାବାସ ପାଇଁ ଆସିଥିବା ଘର ପ୍ରଦାନ କରିବାପାଇଁ ୧୦ହଜାର ଟକାଂ ଲାଞ୍ଚ ମାଗିଥିବା ନେଇ ଅଜୟ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ।ପୂବରୁ ଅଜୟ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ସରକାରୀ ସହାୟତା ପାଉନଥିବା ନେଇ ଅଭିଯୋଗ କରିବା ପରେ ଆକୁଂଶପୁର ସରପଞ୍ଚ ଙ୍କ ସ୍ବାମୀ ଓ ସମିତିସଭ୍ୟ ଅଜୟ ଙ୍କୁ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ଭିଡିଓ ଯୋଗେ ଅଭିଯୋଗ କରିଥିଲେ।ଭିଡିଓଟି ଭାଇରାଲ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ କୁକୁଡାଖଣ୍ଡି ବିଡିଓ ଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।ଶୁକ୍ରବାର ଅଜୟ ଏବଂ ଆକୁଂଶପୁର ପିଓ ଙ୍କୁ ଡାକି ଘଟଣାର ସତ୍ୟାସତ୍ୟ ଜାଣି ଉଭୟ ଙ୍କ ଠାରୁ ଲିଖିତ ଭାବେ ଲେଖି ରଖିଥିଲେ।ଏହାର ତଦନ୍ତ ରିପୋଟ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିବେ ବୋଲି ବିଡିଓ ଗଦାଧର ପାତ୍ର କହିଛନ୍ତି।ପୂର୍ବରୁ ଗୁରୁଣ୍ଠି ସରପଞ୍ଚ ଟି.ମିନତି ପାତ୍ର ଓ ଡେଙ୍ଗାପଦର ସରପଞ୍ଚ ସୀତାରାମ ସାହୁ ହିତାଧିକାରୀ ଙ୍କୁ ସରକାରୀ ଘର ପ୍ରଦାନ କରିବାକୁ ଅର୍ଥ ଦାବି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

LEAVE A REPLY

Please enter your comment!
Please enter your name here