+୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ୨୩ ପରୀକ୍ଷାର୍ଥୀ ସ୍କ୍ୱାଡ଼ ଦ୍ୱାରା ଧରାପଡ଼ିଲେ

0
661

 

ବ୍ରହ୍ମପୁର,୧୪/୦୩/୨୦୨୦(ବ୍ୟୁରୋ ରିପୋର୍ଟ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବାର୍ଷିକ ପରୀକ୍ଷାର ଆଜି ସପ୍ତମ ଦିନରେ ବିଜ୍ଞାନ ସ୍ରୋତର ପଦାର୍ଥ ବିଜ୍ଞାନ ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କପି ଅଭିଯୋଗରେ ୨୩ ଜଣ ପରୀକ୍ଷାର୍ଥୀ ସ୍କ୍ୱାଡ଼ ହାତରେ ଧରାପଡ଼ି ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ହୋଇଛନ୍ତି l କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୬ ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୩ ଜଣ, ନବରଙ୍ଗପୁର ଜିଲ୍ଲାରେ ୨ ଜଣ, ମାଲକାନଗିରି ଜିଲ୍ଲାରେ ଜଣେ, ରାୟଗଡ଼ା ଜିଲ୍ଲାର ଜଣେ ପରୀକ୍ଷାର୍ଥୀ ସ୍କ୍ୱାଡ଼ ଦ୍ୱାରା ଧରା ପଡ଼ିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. କୁଳମଣି ଓଝାଙ୍କ ସୂଚନାରୁ ଜଣାପଡ଼ିଛି l
କୋରାପୁଟ ଜିଲ୍ଲା ଅନ୍ତର୍ଗତ ଥୁରିଆ ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯ ଜଣ ପରୀକ୍ଷାର୍ଥୀ ସ୍କ୍ୱାଡ଼ ହାତରେ ଧରାପଡ଼ିଥିବା ବେଳେ ସୁନାବେଡ଼ା ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ, କୋଟପାଡ଼ ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ, କୋରାପୁଟ ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଓ ବିକ୍ରମଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି କରି ଧରା ପଡ଼ିଥିବା ଏହି ସୂତ୍ରରୁ ପ୍ରକାଶ l
ସେହିପରି ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲୀ ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ରାୟଗଡ଼ା ଜିଲ୍ଲା ରାୟଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ନବରଙ୍ଗପୁର ଜିଲ୍ଲା ବେଲଗାଁ ସ୍ଥିତ ସରକାରୀ ଏସ.ଏସ.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ପରୀକ୍ଷାର୍ଥୀ ପଦାର୍ଥ ବିଜ୍ଞାନରେ କପି କରି ବୁକ ହୋଇଛନ୍ତି l
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସବ-ସେଣ୍ଟର ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ଗାୟତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ଆର୍ଯ୍ୟାନ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି ଅଭିଯୋଗରେ ସ୍କ୍ୱାଡ଼ ଦ୍ୱାରା ବୁକ ହୋଇଥିବା ବେଳେ ଚିକିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ମାଲ ପ୍ରାକ୍ଟିସରେ ବୁକ ହୋଇଥିବା ଡ. ଓଝା ଜଣାଇଛନ୍ତି l

LEAVE A REPLY

Please enter your comment!
Please enter your name here