ପାରଳାଖେମୁଣ୍ଡି ରେ ଆରମ୍ଭ ହେଲା ମହିଳା ମାନଙ୍କ ପାଇଁ ପିଙ୍କ ଅଟୋରିସ୍କା ସେବା ପାରଳାଖେମୁଣ୍ଡି ରେ ଆରମ୍ଭ ହେଲା ମହିଳା ମାନଙ୍କ ପାଇଁ ପିଙ୍କ ଅଟୋରିସ୍କା ସେବା

0
164

ପାରଳାଖେମୁଣ୍ଡି,୧୪/୦୩/୨୦୨୦(ପ୍ରଭାତ କୁମାର ପାତ୍ର) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ମହା ଆଡମ୍ବରରେ ଉଦ୍‌ଘାଟିତ ହୋଇଛି ପିଙ୍କ୍ ଅଟୋ ସେବା । ମୁଖ୍ୟ ଅତିଥିଭାବେ ଗଜପତି ଏସପି ସାରା ର୍ଶମା ଯୋଗ ଦେଇ ମହିଳା ମାନଙ୍କଙ୍କ ପାଇଁ ପିଙ୍କ ଅଟୋର ଶୁଭଉଘାଟନ କରିବା ସହ ସବୁଜ ପତକା ଦେଖାଇ ପିଙ୍କ ଅଟୋ ଚଳାଚଳ ଆରମ୍ଭ କରାଇଛନ୍ତି । ତେବେ ଏହି ପିଙ୍କ ଅଟୋ କେବଳ ମହିଳାମାନଙ୍କ ପାଇଁ ଆରମ୍ଭ ହୋଇଥିବା ବେଳେ ଏହାର ଚାଳକ ୨ଜଣ ମହିଳା ରହିଛନ୍ତି । ମହିଳାଙ୍କ ସୁରକ୍ଷା ଓ ମହିଳାଙ୍କୁ ସଶକ୍ତିକରଣକୁ ଦୃଷ୍ଟିରେ ରଖି ଆଜି ୨ଗୋଟି ପିଙ୍କ୍ ଅଟୋ ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ତେବେ ଏହି ଚିନ୍ତାଧାରା ପଛରେ ପିଙ୍କ ଅଟୋ ଚାଳିକା ରିତୁ ଶର୍ମା ଓ କେ.ଇଶ୍ୱରୀଙ୍କ ଅସହାୟର କାରଣ ରହିଛି । ଏହି ଦୁଇଜଣ ମହିଳା ଗଜପତି ଏସପି ସାରା ର୍ଶମାଙ୍କୁ ଭେଟି ନିଜ ଅସହାୟତା ଓ ଜୀବନ, ଜୀବିକା ସହ ସଂଗ୍ରାମ ବିଷୟରେ ଜଣାଇବା ପରେ ବ୍ୟାଟେରି ଚାଳିତ ୨ଗୋଟି ଅଟୋ ପାଇଁ ଋଣ ଓ ପ୍ରଶିକ୍ଷଣ ଦାୟିତ୍ୱ ନିଜେ ଖୋଦ୍ ଗଜପତି ଏସପି ନେଇ ସେମାନଙ୍କ ସ୍ୱପ୍ନ ସାକାର କରିଛନ୍ତି ।

ସେପଟେ ଗଜପତି ଏସପି ପାରଳାଖେମୁଣ୍ଡିବାସୀ ମୁଖ୍ୟ କରି ମହିଳାମାନଙ୍କୁ ଏହି ପିଙ୍କ୍ ଅଟୋରେ ଯାତାୟତ କରିବା ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ସେବା ଲୋକପ୍ରିୟତା ହାସଲ କରିଲେ ଅଧିକା ପିଙ୍କ୍ ଅଟୋ ପାଇଁ ବ୍ୟବସ୍ଥା ସହ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସେ ଲକ୍ଷ୍ୟ ରଖିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here