ଜଗନ୍ନାଥ ଙ୍କ ଅର୍ଥ ଆତ୍ମସାତ ଘଟଣା ରୁ ଦୁଷ୍ଟି ହଟାଇବା ପାଇଁ ଅଗଣତାନ୍ତିକ ଭାବେ ବିଧାନସଭା କୁ ବନ୍ଦ କରାଯାଇଛି: ବିଜେପି

0
173

ଭୂବନେଶ୍ୱର,୧୫/୦୩/୨୦୨୦(ବ୍ୟୁରୋ ରିପୋର୍ଟ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ବୁଡାଇ ଦେବାର ଚକ୍ରାନ୍ତ କରିଛି ବିଜୁ ଜନତା ଦଳ, ଯାହାର ଉତ୍ତର ବିଧାନସଭାରେ ରଖିବା ବଦଳରେ ଗୃହକୁ ଅଚଳ କରିଦିଆଯାଇଛି । ଗୃହରେ ବିରୋଧୀ ସରକାର ଙ୍କୁ ୟେସ ବ୍ୟାଙ୍କ କେଳେଙ୍କାରି ବିଷୟରେ ଯେପରି ଭାବେ ଘେରିଲେ ସରକାର ଅଣନିଶ୍ୱାସୀ ହୋଇପଡିଛନ୍ତି । ସରକାରର ମୁହଁ କଳା ପଡିଯାଇଛି । ଶ୍ରୀଜଗନ୍ନାଥ ଙ୍କ ପଇସା ସରକାରି ବ୍ୟାଙ୍କ ରୁ ଆଣି ସରକାରଙ୍କ ର ଅନୁମୋଦନ ତାଲିକାରେ ନଥିବା ଏକ ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନାଏକ କହିଛନ୍ତି, ମାର୍ଚ୍ଚ ୧୯ରେ ସରକାର ଏହି ଅର୍ଥ ୟେସ ବ୍ୟାଙ୍କରୁ ଉଠାଇ ଆଣିବେ ବୋଲି ଦମ୍ଭୋକ୍ତି ଦେଇଥିଲେ । ଏହାର ଯବାବ ମାଗିଛି ବିରୋଧୀ ଦଳ କିନ୍ତୁ ସରକାର ଏହାର ଯବାବ ରଖିବା ବଦଳରେ ବିଧାନସଭା ବନ୍ଦକରିଦେଲେ ହେଲେ ଯେତେ ଘଂଟ ଘୋଡାଇଲେ ବି ସତ ବାହାରିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଇସାକୁ ଲୁଟ କରିବାରେ ଯେଉଁମାନେ ଦୋଷି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଚୁପ ବସିବ ନାହିଁ ।

ସରକାର ଚଂଚକତା କରି ୟେସ ବ୍ୟାଙ୍କ କେଳେଙ୍କାରିରୁ ଖସି ଯିବେ ତାହା କେବେବି ସଫଳ ହେବ ନାହିଁ । ଭାରତୀୟ ଜନତା ପାର୍ଟି ଏହି ଦୁର୍ନିତୀରେ ଯଡିତ ଲୋକଙ୍କୁ ଗୋଡେଇ ଧରିବ ବୋଲି ନାଏକ ଚେତାବନୀ ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା କରୋନା ଭାଇରାସରେ କେହି ଆକ୍ରାନ୍ତ ହୋଇନାହାନ୍ତି । ଯେତେ ଗୁଡିଏ ପରୀକ୍ଷା ହୋଇଛି ସବୁ ନେଗେଟିଭ ବାହାରିଛି । କିନ୍ତୁ ବିଧାନସଭାକୁ କରୋନା ପାଇଁ ବାତିଲ କରାଯିବା ନେଇ ଶାସକ ଦଳର ପ୍ରସ୍ତାବ ଓ ଏହା ଉପରେ ବାଚସ୍ପତିଙ୍କ ମୋହର ସରକାରଙ୍କର ଦେବାଳିଆ ମାନସିକତା ଓ ପଳାୟନ ପନ୍ଥି ମନୋଭାବକୁ ପ୍ରମାଣିତ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛି । ବିଧାନସଭା ସହିତ କରୋନା ଭାଇରସର ସର୍ମ୍ପକ କଣ ବୁଝାପଡୁନି । ବିଧାନସଭା ଚାଲିଲେ କରୋନା ଭାଇରସ କିପରି ବ୍ୟାପିବ ? ସରକାରଙ୍କର ଏପ୍ରକାର ଚିନ୍ତାଧାରା ବଡ ଅଜବ । କେବଳ ମହାପ୍ରଭୁଙ୍କ ଅର୍ଥକୁ ହରିଲୁଟ ଧରାପଡିଯିବା ପରେ ସେଥିରୁ ବର୍ତିବା ପାଇଁ ଏହା ଏକ ନାଟକ ବୋଲି ମୁଖ୍ୟସଚେତକ ମୋହନ ମାଝୀ କହିଛନ୍ତି ।

ବର୍ତମାନ ଦେଶରେ ସଂସଦରେ ବଜେଟ ଅଧିବେସନ ସୁରୁଖୁରୁରେ ଚାଲିଥିବାବେଳେ ଦିଲ୍ଲୀ, ତେଲେଙ୍ଗାନା, ଆସାମ, ରାଜସ୍ଥାନ, ପଂଜାବ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟରେ ବିଧାନସଭା ଅଧିବେସନ ବି ଚାଲିଛି । କେଉଁଠି ବି କରୋନା ପାଇଁ ବିଧାନସଭାକୁ ଅଧାରୁ ବନ୍ଦ କରିଦିଆଯିବାର ଖବର ନାହିଁ । ବିଧାନସଭାର ବଜେଟ ଅଧିବେସନର ଆହୁରି ୨୦ କାର୍ଯ୍ୟଦିବସ ବାକି ଅଛି । ଅନେକ ବିଭାଗର ଖର୍ଚ୍ଚ ଦାବି ଉପରେ ବି ଆଲୋଚନା ବି ହୋଇଥାନ୍ତା । କରୋନା ଆଳରେ ଏବେ ବିନା ଖର୍ଚ୍ଚ ଦାବି ଆଲୋଚନାରେ ବ୍ୟୟ ବରାଦକୁ ସରକାର ପାସ କରାଇବେ । ଓଡିଶାର ମୁଖ୍ୟମନ୍ତ୍ରୀ ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ଯାଉଛନ୍ତି ବୋଲି ମାଝୀ ଅଭିଯୋଗ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here