ଭଞ୍ଜନଗର,୧୫/୦୩/୨୦୨୦(ବ୍ୟୁରୋ ରିପୋର୍ଟ)କବିସୂର୍ଯ୍ୟ ନଗର ର ବିପିନ୍ ଆଣିଲେ ଗଂଜାମ ଜିଲ୍ଲା ପାଇଁ ଗୌରବ । ୬ଟି ଅଙ୍ଗ ଦାନ କରି ପାଳଟି ଗଲେ ଅମର ଏ ଆଦସ୍ ।କିରଣ ମଲ୍ଟି ସୋସାଲିଷ୍ଟି ହସ୍ପିଟାଲ ରେ ଚିକିତ୍ସାଧିନ ବିପିନ୍ ଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ହୋଇଯାଇଥିବା ଘୋଷଣା କରିବାପରେ ପ୍ରଭାସି ଓଡ଼ିଆ କର୍ମକର୍ତ୍ତା, ମେଡିକାଲ ସଦସ୍ୟ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିପିନ୍ ଙ୍କ ପରିବାରର ଲୋକ ମାନଙ୍କୁ ଅଙ୍ଗ ଦାନ ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ବି ପରିବାର ପକ୍ଷରୁ ରାଜି ହେବାରୁ ଶନିବାର ଦିନ ୨ ଟା ସମୟରେ ଆରମ୍ଭ ହୋଇ ରାତ୍ରି ୧୦ ପଯ୍ୟନ୍ତ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଚଲିଥିଲା।ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ର ସହ ବିଭିନ୍ନ ସ୍ଥାନ କୁ ବିପିନ୍ ଙ୍କ ଗୁରୁତ୍ୱ ପୁଣ୍ନ ଅଙ୍ଗ ଯାଇଥିଲା। ୬ଟା ଅଙ୍ଗ ଭିତରୁ ୨ଟି କିଡିନୀ ,ଲିଭର ଅହମ୍ମଦାବାଦ ଯାଇଥିବା ବେଳେ ହାର୍ଟ ଟି ବମ୍ବେର ରିଲାଏନ୍ସ ମେଡ଼ିକାଲ କୁ ପଠାଯାଇ ଥିବା ବେଳେ ଆଖି ଦୁଇଟି ସ୍ଥାନୀୟ କିରଣ ମେଡ଼ିକାଲ ରେ ପ୍ରତିରୋପଣ କରାଯାଇଛି।
ବିପିନ୍ ବ୍ଲଡ଼ ପେସର ରୋଗରେ ପିଡିତ ଥିଲେ। ସେ ତାଙ୍କ ଚିକିତ୍ସା ରେ ଅବହେଳା ଯୋଗୁଁ ହଠାତ ଶରୀର ବିଗିଡିବା ରେ ଲାଗିଥିଲା ଏଥିପାଇଁ ସେ କିରନ ମେଡ଼ିକାଲ ରେ ୨ଦିନ ରହିବା ପରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ରେ ସୁଧାର ଆସିନଥିଲା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ।
ପ୍ରକାଶ ଯେ, ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ନିକଟସ୍ଥ ଭାଟପଡା ଗ୍ରାମ ର ବିପିନୀ ପ୍ରଧାନ(୫୫) ସୁରାଟରେ ରୁହନ୍ତି ପାଖରେ ସାନ ପୁଆ କୁନା ରହୁଥିବା ବେଳେ ବଡ ପୁଅ ମୁନା ବେଙ୍ଗାଳୁରୁ ରେ ରହନ୍ତି ପରିବାର ଅନ୍ୟ ସଦସ୍ୟ ବାପା ରଘୁନାଥ ପ୍ରଧାନ ଏବଂ ସ୍ତ୍ରୀ ରେଣୁ ପ୍ରଧାନ ନିଜ ଗ୍ରାମରେ ରୁହନ୍ତି।
ଏହି ମହାନ କାଯ୍ୟ ରେ ପ୍ରଭାସି ଓଡ଼ିଆ ମାନେ ମେଡିକାଲ୍ ରୁ ଶଶ୍ମାନ ପଯ୍ୟନ୍ତ ସମସ୍ତ ପ୍ରକାର ସହାୟତା କରିବା ସହ ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କରନ୍ତି ଏପଟେ ସମସ୍ତ ଗଂଜାମ ବାସି ବି ବିପିନ୍ ଙ୍କ ପରିବାର ର ଏହି ମହାନ୍ କାଯ୍ୟ ପାଇଁ ଗର୍ବ ଆନୁଭବ କରୁଥିବା ଦେଖିବାକୁ ମିଳିଛି।