ପାରଳାଖେମୁଣ୍ଡି, ୧୫/୦୩/୨୦୨୦(ପ୍ରଭାତ କୁମାର ପାତ୍ର)- ଗଜପତି ଜିଲ୍ଲାରେ ବାଉଁଶ କାରିଗରୀ ମାନଙ୍କ ଅାର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ଦେଖିବାକୁ ମିଳିଛି। କରଣ ପ୍ରଶାସନ ତରଫରୁ ବାଉଁଶ ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ସମୟରେ ବାଉଁଶ ବ୍ୟବହାର ହ୍ରାସ ପାଇବାରେ ଲାଗିଛି। ପାରଳାଖେମୁଣ୍ଡି ଦୁଇଟି ସାହିରେ ପ୍ରାୟ ୧୫୦ ଜଣ ପରିବାର ବସବାସ କରନ୍ତି। ଏମାନେ ବାଉଁଶ ତିଆରି ଜିନିଷ ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। ସେଥିପାଇଁ ଏମାନେ ସିଂହଗୀରି ମହେନ୍ଦ୍ର ବାଉଁଶ ବୁଣା ସମବାୟ ସଂସ୍ଥାରେ ରେଜିଷ୍ଟ୍ରେସନ କରିଥିଲେ ମଧ୍ୟ ସରକାର ତରଫରୁ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ବାଉଁଶ କାମ ଛାଡ଼ି ଅନ୍ୟ କାମରେ ନିୟୋଜିତ ହେଉଛନ୍ତି। ଜିଲ୍ଲାର ଅଡବା, କାଶିନଗର, ଗୁମ୍ମାରେ ବାଉଁଶ ବଣ ଥିଲେ ମଧ୍ୟ ପ୍ରଶାସନ ତରଫରୁ ବାଉଁଶ କାରିଗରୀ ମାନଙ୍କ ବାଉଁଶ ଯୋଗାଇ ଦିଆଯାଉନଥିବା କହିଛନ୍ତି କାରିଗରୀ ମାନେ। ସେଥିପାଇଁ ସେମାନେ ପ୍ରଦେଶର କାବିଡୀ, ପୁରୁଣାପାଟଣା, ବୁଗୁଡ଼ା ଅଞ୍ଚଳରେ ବାଉଁଶ ମିଳେ ସେଠାରୁ ବାଉଁଶ ଆଣିଲେ ଆନ୍ଦ୍ର ପୋଲିସ ଓ ଫରେଷ୍ଟଗାର୍ଡ ଧରି ଜରିମାନା ପକାଇଥାଏ ବୋଲି କହିଛନ୍ତି। ଅନ୍ୟପଡେ ବର୍ତ୍ତମାନ ପ୍ଲାଷ୍ଟିକର ବ୍ୟବହାର ବହୁଳ ମାତ୍ରାରେ ହେଉଥିବାରୁ ବାଉଁଶ ତିଆରି ଜିନିଷ ଚାହିଦା କମିବାରେ ଲାଗିଛି। ସେପଟେ ସରକାର ମଧ୍ୟ ଠିକ୍ ରେ ବାଉଁଶ ଯୋଗାଉ ନାହିଁନ୍ତି। ଏପରି କ୍ଷେତ୍ରରେ କାରିଗରୀ ମାନଙ୍କ ଦୁଃଖ ବୁଝିବ କିଏ ବୁଝିବ ବୋଲି ପ୍ରଶ୍ନ ବାକି ସୃଷ୍ଟି କରୁଛି। ତେବେ ପ୍ରଶାସନ ତରଫରୁ କାରିଗରୀ ମାନଙ୍କ ଅାର୍ଥିକ ସାହାଯ୍ୟ ସହ ବାଉଁଶ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।