ଭଞ୍ଜନଗର: ମନ୍ଦିର ଓ ଦୋକାନ ବଜାର ବନ୍ଦ କଲା ପ୍ରଶାସନ

0
433

ଭଞ୍ଜନଗର, ୧୮/୦୩/୨୦୨୦:ଚାରିଆଡ଼େ କରୋନା ଭାଇରସ କୁ ନେଇ ସତର୍କତା ଅବଲମ୍ବନ କାରାଯାଉଛି।କିଭଳି ଏହି ଭୁତାଣୁ କୁ ପ୍ରତିରୋଧ କରାଯାଇପାରିବ ସେଥିପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଉଦ୍ୟମ ଜାରି ରହିଛି। ଜନ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସହ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଓ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଆଜି ଦୁର୍ଗା ପ୍ରସାଦ ଗସ୍ତରେ ଯାଉଥିବା ବେଳେ ନିକଟସ୍ଥ ସୋରାଦେବୀ ମନ୍ଦିର, ବୁଦୁଲି ର ହନୁମାନ ମନ୍ଦିର ଓ ଦୁର୍ଗାପ୍ରସାଦ ର ମନ୍ଦିର କୁ ବନ୍ଦ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦେଇଥିଲେ।କେବଳ ପୂଜାରୀ ଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି।ସେହିପରି ମୁଜାଗଡ଼, ଦାଦରାଲୁଣ୍ଡା ଓ ଦୁର୍ଗାପ୍ରସାଦ ରେ ଥିବା ଦୋକାନ ବଜାର ସବୁ ବନ୍ଦ କରିଥିଲେ ଏବଂ କରୋନା ସମ୍ପର୍କରେ ସଚେତନ କରିଥିଲେ।

ରିପୋର୍ଟ:ସୁଶାନ୍ତ ମିଶ୍ର

LEAVE A REPLY

Please enter your comment!
Please enter your name here