ମାଣିତରା ପଞ୍ଚାୟତ ଓ ମେଡିକାଲ ପକ୍ଷରୁ ମିଳିତ ଭାବେ କରୋନା ସଚେତନତା କାର୍ଯ୍ୟକ୍ରମ

0
461

ବୁଗୁଡା ,୧୮/୦୩/୨୦୨୦: ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତ ଓ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମିଳିତ ଭାବେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶାନ୍ତିଲତା ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମେଡିକାଲ ପକ୍ଷରୁ ଟେକିନିସିଆନ କାଳୀ ପ୍ରସାଦ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ବାଇଁ, ସମାଜସେବୀ ବବୁଲ ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟନାରାୟଣ ସାହୁ,ସମସ୍ତ ଅଙ୍ଗନବାଡି କର୍ମୀ, ସମସ୍ତ ଆଶା କର୍ମୀ ଓ ୱାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଏହି ବୈଠକରେ ସ୍ଥିର ହେଲାଯେ ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଅନ୍ୟ ରାଜ୍ୟରୁ ବା ଅନ୍ୟ ଦେଶରୁ ଯେଉଁ ନାଗରିକ ଗ୍ରାମକୁ ଆସିବେ ସେମାନଙ୍କ ତାଲିକା ଭୁକ୍ତ କରି ପଞ୍ଚାୟତ ଓ ମେଡିକାଲ କୁ ଜଣାଇବେ। ସେହି ବ୍ୟକ୍ତିମାନଙ୍କୁ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ପର୍ଯ୍ୟବେକ୍ଷଣ କରାଯିବ। ସେଥିପାଇଁ ସଙ୍ଗରୋଧ କେନ୍ଦ୍ରରେ ୫ ଟି ଖଟ ସହ ଆବଶ୍ୟକ ଜିନିଷ ରଖିବାକୁ ରଖିବାକୁ ସ୍ଥିର କରାଗଲା।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here