ହିଞ୍ଜିଳିକାଟୁ, ୧୯/୦୩/୨୦୨୦(ପ୍ରିୟବ୍ରତ ପଣ୍ଡା) ସାରା ବିଶ୍ବରେ କୋରୋନା ଭାଇରସ ମହାମାରୀ ରୂପେ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଏହି ଭାଇରସ ଆମ ରାଜ୍ୟରେ ଷ୍ଟେଜ ୨ ହୋଇ ବ୍ୟାପକ ରୂପେ ଘୁରି ବୁଲୁଛି । କୋରନା ଠାରୁ କିପରି ମୁକ୍ତି ପାଇ ହେବ ସେ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ପଞ୍ଚାୟତରେ ପହଞ୍ଚି ସଚେତନତା କରିଥିଲେ ।ପ୍ରଥମେ ପୋଚିଲିମା ପଂଚାୟତରେ ଏକ ଜନ ସଚେତନତା ସଭା ଆୟୋଜନ କରାଯାଇଥିଲା।ଏଥିରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ସାହୁ ,ସିଡିପିଓ ଶୁଭଶ୍ରୀ ପାତ୍ର ,ସରପଞ୍ଚ ଭି .ରବୀନ୍ଦ୍ର,ବିଇଓ ବସନ୍ତ କୁମାର ପଣ୍ଡା ,ଯୋଗ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜନସାଧାରଣ ମାନଙ୍କୁ ଏହି ଭାଇରସ ଠାରୁ କିପରି ମୁକ୍ତି ପାଇବେ ସେନେଇ ଖୁବ ସୁନ୍ଦର ଭାବେ ଏଠାରେ ଉପସ୍ଥିତ ଥିବା ସରପଞ୍ଚ ଗ୍ରାମର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଆଶାକର୍ମୀ,ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡ ମେମ୍ବରଙ୍କୁ ବୁଝାଇ ଥିଲେ।ଏବଂ ସେମାନଙ୍କୁ ଏହା କିପରି ଅଧିକ ମାତ୍ରାରେ ନ ବ୍ୟାପିବ ସେନେଇ ଘରେ ଘରେ ବୁଲି ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ଚାରି ମାସର ଭତ୍ତା ଟଙ୍କା ଆଗୁଆ ପଞ୍ଚାୟତ କର୍ମୀ ମାନଙ୍କ ଜରିଆରେ ଘରେ ଘରେ ବୁଲି ଦିଆଯିବ ବୋଲି କହିଥିଲେ।ଏବଂ ଚାଉଳ,ଗହମ ଓ କିରୋସିନି ମଧ୍ୟ ଦେବାକୁ କହିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଗଞ୍ଜାମ ଜିଲ୍ଲାପାଳଙ୍କ ହିଞିଳିବ୍ଳକ ର ବିଭିନ୍ନ ପଞ୍ଚାୟତରେ କରୋନା ଭୁତାଣୁ ସଚେତନତା କାର୍ଯ୍ୟକ୍ରମ