ବ୍ରହ୍ମପୁର, ୧୯/୦୩/୨୦୨୦(ବ୍ୟୁରୋ ରିପୋର୍ଟ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବାର୍ଷିକ ପରୀକ୍ଷାର ଦଶମ ଦିନରେ ଅନୁଷ୍ଠିତ କଳା ସ୍ରୋତର ଇଚ୍ଛାଧୀନ ଓଡ଼ିଆ ପରୀକ୍ଷା ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଆଠଟି ଜିଲ୍ଲାରେ ଆଜି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି l ଆଜିର ପରୀକ୍ଷାରେ ଚାରି ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ସ୍କ୍ୱାଡ଼ ଦ୍ୱାରା ଧରାପଡ଼ିଥିବା ଜଣାପଡ଼ିଛି l
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବାଲିପଦର ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ମଲ୍ଟିପୁଲ ଚୟେସ ପ୍ରଶ୍ନରେ ଚିହ୍ନ ଦେଇ ମାଲ ପ୍ରାକ୍ଟିସ ହୋଇଥିବା ବେଳେ କୋରାପୁଟ ଜିଲ୍ଲା କୁନ୍ଦ୍ରା ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଏମ.ପି.ରେ ବୁକ ହୋଇଛନ୍ତି l ସେହିପରି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଆଜି ଅନୁଷ୍ଠିତ ଇଚ୍ଛାଧୀନ ଓଡ଼ିଆ ପରୀକ୍ଷାରେ କପି ଅଭିଯୋଗରେ ଧରା ପଡ଼ିଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l