କନ୍ଧମାଳ, ୨୦/୦୩/୨୦୨୦:ଗତ ସଂନ୍ଧ୍ଯା ରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ କାଳବୈଶାଖ ପ୍ରଭାବରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଟିଣ,ଆଜବେଷ୍ଟ ଉଡେଇବା ସହ ଘର ମଧ୍ଯ ଭାଙ୍ଗି ଯାଇଛି। ଘରକୁ ସଂଯୋଗ ହୋଇଥିବା ଲାଇନ ତାର ଛିଡ଼ିଯିବା ସହ ମିଟର ଉପୁଡ଼ି ଯିବା ସହ ଲୋକଙ୍କ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଛି । ଗତ ରାତି ପ୍ରାୟ ୭ ରୁ ବହୁତ ଜୋର ରେ ପବନ, ବର୍ଷା ସାଙ୍ଗ କୁ କୁଆ ପଥର ପଡ଼ିଥିବାର ଦେଖିବାକୁ ମିଳିଥିଲା। କିଛି ଲୋକଙ୍କ ଉପରେ ଆଜବେଷ୍ଟ ପଡ଼ିବା ଫଳରେ ଆହତ ହେବା ସହ ଗାଈ, ବାଛୁରୀ ମୃତ ହୋଇଥିବା ଜଣାଯାଏ। ଇଲେକ୍ଟ୍ରି ଟ୍ରାନ୍ସଫର ଉପୁଡ଼ିଯିବା ଫଳରେ କେତେକ ଜାଗାରେ ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗି ଯାଇଛି, ଯାହାଫଳରେ ପଞ୍ଚାୟତର ସାରା ଲୋକ ଅନ୍ଧାର ରହିଛନ୍ତି। ଏଠି ଅଭିଯୋଗ ହେଉଛି ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକଙ୍କ ପାଇଁ ସାତ ସପନ ଏହି ପଞ୍ଚାୟତରେ ଆଠ ହଜାରରୁ ଦଶ ହଜାର ରୁ ଉର୍ଦ୍ଧ୍ବ ଲୋକ ରହୁଥିବା ବେଳେ ସମୁଦ୍ର କୁ ଢାଳେ ପାଣି ଭଳି ଆବାସ ଘର ଦିଆହେଇଛି । ଏଠାରେ ଭାଙ୍ଗିଥିବା ଲୋକଙ୍କ ରହିବା ପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ଦିଆଯିବାକୁ ଦାବୀ ହୋଇଛି।