ଚିକିଟି,୨୮-୦୩-୨୦( ତ୍ରିପତି ସାହୁ) ସାରା ବିଶ୍ୱରେ ଆତଙ୍କ ଖେଳାଇ ମହାମାରୀ ର ରୂପ ନେଇଥିବା କରୋନା ଭୁତାଣୁ ଦାଉରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦେକ୍ଷେପ ଗ୍ରହଣ କରି ସଚେତନ କରାଉ ଛନ୍ତି ।କିନ୍ତୁ ଚିକିଟି ରେ ଏହାର ବ୍ୟତିକ୍ରମ ଦେଖା ଦେଇଛି।ବର୍ତ୍ତମାନ ଏହା ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନ ଆଡକୁ ଗତି କରୁଥିବା ବେଳେ ଏହି ସହର ଓ ଗ୍ରାମାଞ୍ଚଳରେ ବାହାରୁ ଫେରୁଥିବା ଲୋକମାନେ ପ୍ରଶାସନ ନିର୍ଦ୍ଦେଶ ଓ ଆଇସଲେଶନ ବ୍ୟବସ୍ଥା କୁ ମାନୁ ନଥିବା ଯୋଗୁଁ ଅଞ୍ଚଳର ସ୍ଥିତି ସଙ୍ଗୀନ ହେବା ସହ ଚିକିଟି ବସି ଭୟରେ ରହିଛନ୍ତି।ଏହି ବ୍ଲକ ଓ ସହରର ବହୁ ଯୁବକ ବାହାର ଦେଶ ଓ ରାଜ୍ୟରେ ରହୁଥିବା ବେଳେ କରୋନା ସଂକ୍ରମଣ ଆଶଙ୍କା ରେ ନିଜ ଗ୍ରାମକୁ ଫେରିଛନ୍ତି।ଅଞ୍ଚଳରେ ୩୬୪ ଜଣ ବ୍ୟକ୍ତି ଭିଟାମାଟି କୁ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ବିଦେଶୀ ଫେରନ୍ତା ୯୧ ଜଣ ରହିଥିବା ବେଳେ ରାଜ୍ୟ ବାହାରୁ ଆସିଥିବା ୨୭୩ ଜଣଙ୍କ ନାମ ପଞ୍ଜିକୃତ ହୋଇଛି।ବାହାର ଫେରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବାଡିବାରେ ଲାଗିଥିବା ବେଳେ ଚିକିଟି ବିଜ୍ଞାପିତ ଅଞ୍ଚଳ ଓ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଜ ଘର ମଧ୍ୟରେ ୧୪ ଦିନ ଆଇସଲେଶନ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।କିନ୍ତୁ ଅଧିକାଂଶ ବାହାର ଫେରନ୍ତା ଏପରିକି ବିଦେଶ ଫେରନ୍ତା ଏହି ନିୟମକୁ ଅମାନ୍ୟ କରିବା ସହ ଗାଁ ଠାରୁ ସହର ଗାଡିଟେ ବୁଲିବା ସହ ଅବାଧ ରେ ସମସ୍ତଙ୍କ ସହ ମିଳାମିଶା କରୁଥିବା ଶୁଣିବାକୁ ମିଳୁଛି।ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବ୍ଲକ, ତହସିଲ, ବିଜ୍ଞାପିତ ଅଞ୍ଚଳ ଓ ପୋଲିସ ପ୍ରଶାସନ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ମାନଙ୍କ ଗାଁ ଛାଡିବା ପରେ ଲୋକ ଡାଉନ ସତ୍ତ୍ୱେ ଲୋକେ ବାହାରେ ବୁଲିବା ଅଭ୍ୟାସ ଛାଡିପାରୁନାହାନ୍ତି।ଯାହା ପୋଲିସ ଠାରୁ ଆରମ୍ଭ କରି ପ୍ରଶାସନ ର ମୁଣ୍ଡବିନ୍ଧା ର କାରଣ ପାଲଟିଛି।ଆଗକୁ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରାଯାଇଥିବା ପୋଲିସ ଓ ପ୍ରଶାସନ କହିଛନ୍ତି ।