ଚିକିଟି-୨୮-୦୩-୨୦(-ତ୍ରିପତି ସାହୁ) ସାରା ରାଜ୍ୟରେ ଆତଙ୍କ ର ବତାଵରଣ ସୃଷ୍ଟି କରିଥିବା କରୋନା ଭାଇରସ କବଳରୁ ନିଜକୁ ରକ୍ଷା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦେଖପ ଗ୍ରହଣ କରିବା ସହ ଏପରି ସଂକ୍ରମଣ ରୁ ଦୁରେଇ ରହିବା ପାଇଁ ଓଡ଼ିଶା ସରକାର ଙ୍କ ତରଫରୁ ମୋ ଜୀବନ ଶପଥ ପତ୍ର ନାମକ ଏକ ପଦେକ୍ଷେପ ଗ୍ରହଣ କରଯାଇଛି।ଏହି ପରି ପେକ୍ଷୀରେ ଆଜି ଚିକିଟି ପୌରପରିଷଦ ର ୮ନଂ ୱାର୍ଡ ଅଙ୍ଗନବାଡି କେନ୍ଦ୍ର ଠାରେ ଏହି ମୋ ଜୀବନ ଶପଥ ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ପରିପେକ୍ଷିରେ ଅଙ୍ଗନବାଡି କର୍ମୀ ଗୀତା କୁମାରୀ ସାହୁ, ସହ କର୍ମୀ ମାଳା ସାହୁ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ମାଧୁରୀ ପାଢ଼ୀ, ସୁପରଭାଇଜର ମମତା ପଣ୍ଡା ସମେତ ୱାର୍ଡ ର ମହିଳା ମାନେ ଉପସ୍ଥିତ ରହି ଥିବା ବେଳେ ଶିଶୁ ବିକାଶ ଅଧିକାରିଣୀ ମାଧୁରୀ ପାଢ଼ୀ ଶପଥ ଗ୍ରହଣ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇ ସରକାର ଙ୍କ ତରଫରୁ ନିର୍ଦ୍ଧାରଣକରାଯାଇଥିବା ସମସ୍ତ ବ୍ୟବସ୍ଥା କୁ ମାନି ସାମାଜିକ ଦୂରତା ରକ୍ଷା କରିବା ସହ ନିଜ ପରିବାର, ରାଜ୍ୟ ଓ ଦେଶକୁ କରୋନା କବଳରୁ ଦୁରେଇ ରଖିବା ପାଇଁ ଆଲୋକ ପାତ କରିଥିଲେ।