କରୋନା ଯୋଦ୍ଧା ଦିଗପହଣ୍ଡି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା କଲେ ନିମଖଣ୍ଡିପେଣ୍ଠ ର ଯୁବକ

0
158

ଦିଗପହଣ୍ଡି,୧୫/୦୪/୨୦୨୦- (ଗଦାଧର ଶୁକ୍ଳ)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମବାସୀ ତରଫରୁ ବୁଧବାର ଅପରାହ୍ନରେ ପ୍ରଚଣ୍ଡ ଖରାରେ ମହାମାରୀ କରୋନାକୁ ନେଇ ସଚେତନତା କରାଇବାକୁ ଯାଇଥିବା ଥାନା ଅଧିକାରୀ ସମେତ କିଛି ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ , ସମଗ୍ର ଦେଶରେ ଦେଶ ତଥା ରାଜ୍ୟରେ ମହାମାରୀ କରୋନାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିପାରିଛି । ମାର୍ଚ୍ଚ ପରଠାରୁ ରାଜ୍ୟରେ ତାଲାବନ୍ଦ ଘୋଷଣା ପରେ ଦିଗପହଣ୍ଡି ସହରରେ ଦିଗପହଣ୍ଡି ପୋଲିସ ପକ୍ଷରୁ ଗାଡି ଯାଞ୍ଚ କଡାକଡି କରାଯିବା ସହ ପ୍ରଚଣ୍ଡ ଖରାରେ ନିଜ ଜୀବନ ବାଜି ଲଗାଇ କରୋନା ଠାରୁ ଦୂରେଇ ରହିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଉଥିଲେ । ଏହି ଅବସରରେ ବୁଧବାର ଦିନ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ କର୍ମଚାରୀ ନିମଖଣ୍ଡିପେଣ୍ଠ ଗ୍ରାମରେ ପହଞ୍ଚି ମହାମାରୀ କରୋନା ଠାରୁ କିପରି ଦୂରେଇ ରହିବା ସମ୍ପର୍କରେ ସଚେତନ କରାଉଥିବା ସମୟରେ ଗ୍ରାମବାସୀ ପକ୍ଷରୁ କର୍ମଚାରୀ ମାନଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଗ୍ରାମର କିଛି ଲୋକଙ୍କୁ ମାସ୍କ ବାଣ୍ଟିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା , ହାତକୁ ୨୦ ସେକେଣ୍ଡ ଧୋଇବା , ବାହାରକୁ ନ ବାହାରିବା , ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ବ୍ୟବହାର କରିବା ଏବଂ ଘରେ ନିଜେ ସୁସ୍ଥ ରହିବା ସହିତ ନିଜ ପରିବାରକୁ ସୁରକ୍ଷିତ ରୁହନ୍ତୁ ବୋଲି ସଚେତନତା କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଏସ୍ଆଇ ମଧୁସ୍ମିତା ପ୍ରଧାନ , ମାଧବ ଚନ୍ଦ୍ର ଟାକିରି , ବଳଭଦ୍ର ଗଣ୍ଡ , ଏଏସ୍ ଆଇ ବି . ଲାଛମେୟା ରେଡ୍ଡୀ , କନେଷ୍ଟବଳ କେଶବ ବିଶୋଇ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ । ପୋଲିସର ଏଭଳି ସଚେତନ କାର୍ଯ୍ୟକୁ ଗ୍ରାମବାସୀ ଖୁବ୍ ପ୍ରଶଂସା କରିଥିବା ବେଳେ ପୋଲିସ ପକ୍ଷରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here