ଭୂବନେଶ୍ୱର,୧୬/୦୪/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଂକ୍ରମଣ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ଲକ ଡାଉନ କରାଯାଇଛି । ଏଥି ନିମନ୍ତେ ସାମାଜିକ ଦୂରତା ବଜାୟ ରଖିବା ସହିତ ଜରୁରୀ କାର୍ଯ୍ୟ ଥିଲେ ବାହାରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଲକ୍ ଡାଉନ ନିମନ୍ତେ ସାଧାରଣତଃ ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ଅସହାୟ ଲୋକଙ୍କୁ କିଛି ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସ୍ଥାନରେ ସହାୟତା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣ ପ୍ରଭାବ ବିଶେଷ ଭାବେ ରାଜଧାନୀ ଭୁବନେଶ୍ୱର ସହରରେ ଦେଖିବାକୁ ମିଳିଛି। ଏଣୁ ସହରର ବସ୍ତି ଅଂଚଳରେ ରହୁଥିବା ଲୋକଙ୍କ ନିକଟରେ ଯେପରି ସମସ୍ତ ସୁବିଧା ପହଞ୍ଚିବ ଲକ୍ ଡାଉନ ଆରମ୍ଭ ଦିନରୁ ସମାଜସେବୀ ସୁପ୍ରଭା ପଟ୍ଟନାୟକ କାର୍ଯ୍ୟ ଜାରି ରଖିଛନ୍ତି ।ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ,ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବସ୍ତି କୁ ଖାଦ୍ୟ,ନିତ୍ୟବ୍ୟବହାର ସାମଗ୍ରୀ ପହଞ୍ଚାଇବା ନିମନ୍ତେ ସୁପ୍ରଭା ଉଦ୍ୟମ ବିଶେଷ ଭାବେ ସଫଳ ହୋଇପାରିଛନ୍ତି । ଲକ୍ ଡାଉନ ଶେଷ ହେବା ପର୍ଯନ୍ତ ଗରିବ ଓ ଅସହାୟ ଲୋକଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚିବା କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।