ପାଟପୁର ପୋଲିସ ଥାନା ପକ୍ଷରୁ ନିସହାୟ ବର୍ଗଙ୍କୁ ଅନ୍ନ ଭୋଜନ ବଣ୍ଟନ ।

0
202

 

ବ୍ରହ୍ମପୁର,୧୬/୦୪/୨୦୨୦: ଦୀର୍ଘଦିନ ଧରି ଲାଗିରହିଥିବା କରୋନା ସଂକ୍ରମଣ ନିରୋଧି ଲକ୍ ଡାଉନ୍ ବ୍ୟବସ୍ଥା ଯୋଗୁଁ ଗ୍ରାମାଞ୍ଚଳର ଜୀବନ ଜୀବିକାର ଅଧୋଗତି ହୋଇଅଛି ।ସାଧାରଣ ଗରିବ, ଖଟିଖିଆ ମେହନତି ମଣିଷ ବିନା କାମଧନ୍ଦା ଯୋଗୁଁ ବେରୋଜଗାର ହେଉଥିବା ବେଳେ ସମାଜରେ ଥିବା
ଦରିଦ୍ର,ଅକର୍ମଣ୍ୟ ନିଃସହାୟ ବୟସ୍କ
ତଥା ଭିକ୍ଷୁକ ଶ୍ରେଣୀକୁ କରୋନା ଭୋକରେ ମାରୁଥିବା ଦେଖିବାକୁ ମିଳିଛି ।ପ୍ରଶାସନ ପକ୍ଷରୁ ଏହି ଗୋଷ୍ଠୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାରେ ରନ୍ଧ୍ୟ ଖାଦ୍ୟ ବଣ୍ଟନ ହେଉଥିଲେ ମଧ୍ୟ ବହୁ ଅସହାୟ ଏଥିରୁ ବାଦ୍ ପଡ଼ିଥିବା ଆକଳନ ହୋଇଅଛି ।
ଏହି ସ୍ଥିତିକୁ ଅନୁଧ୍ୟାନ ପୂର୍ବକ ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଜୟ କୁମାର ବାରିକ ଙ୍କ ତତ୍ତ୍ଵାବଧାନରେ ଥାନା କର୍ମଚାରୀଙ୍କ ନିଜସ୍ଵ ଖର୍ଚ୍ଚରେ ଏକ ମାଗଣା ଅନ୍ନ ଭୋଜନ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଅଛି।ଥାନା କର୍ମଚାରୀଙ୍କ ଦ୍ଵାରା ସ୍ୱତନ୍ତ୍ରଭାବେ ରନ୍ଧାଖାଦ୍ୟ ପରିବେଷଣ କରାଯାଇ ପଇଁତରା ମାରୁଥିବା ଗାଡ଼ି ଦ୍ଵାରା ଥାନା ଅଂଚଳର ବିଭିନ୍ନ ଜାଗାରେ ଥିବା ଅସହାୟ ମଣିଷ,ମାନସିକ ଓ ଶାରିରୀକ ବିକଳାଙ୍ଗ , ଦୁରାରୋଗ୍ୟ ପୀଡ଼ିତ ରୋଗୀ ଆଦିଙ୍କୁ ଅନ୍ନ ଭୋଜନ ବଣ୍ଟନ କରାଯାଉଅଛି ।
ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିନବ କାର୍ଯ୍ୟକ୍ରମରେ ଥାନା ଅଂଚଳର ପାଟପୁର,ମହାନଲା, ଏରେଣ୍ଡରା,ଖଳିଙ୍ଗି,ସିଙ୍ଗାପୁର,ଡେଙ୍ଗାଉସ୍ତା , ପୁଦାମାରୀ ଆଦି ଅଂଚଳକୁ ଦୁଇ ଭାଗ କରି ବଣ୍ଟନ କରାଯାଇଥିବା ବେଳେ ସବୁ ଜାଗାରେ ଥିବା ବୁଲା କୁକୁର ,ଗାଈ ମାନଙ୍କୁ ଖୁଆଇବା ବ୍ୟବସ୍ଥା କରାଯାଇଛି ।ପାଟପୁର ଥାନା ପକ୍ଷରୁ ନିଆଯାଇଥିବା ଏହି ଅଭିନବ କାର୍ଯ୍ୟ କ୍ରମକୁ ଅଞ୍ଚଳ ବୁଦ୍ଧିଜୀବୀ ପ୍ରଶଂସା କରୁଥିବା ସହିତ ବଦାନ୍ୟ ବ୍ୟକ୍ତିଙ୍କୁ ଏଭଳି ଜନସେବାରେ ସାମିଲ୍ ହେବାକୁ ଅନୁପ୍ରାଣିତ କରୁଅଛି ।

(ସନ୍ତୋଷ କୁମାର ଦାଶ)

LEAVE A REPLY

Please enter your comment!
Please enter your name here