ପ୍ରଥମ କରି ପୂରୀ ରଥ ନିର୍ମାଣ ପାଇଁ ୨୦ଖଣ୍ଡ ଢଉ ଓ ସାହଜ କାଠ ପଠାଇଲା ଭତ୍ତର ଘୁମୁସର ବନଖଣ୍ଡ ବିଭାଗ

0
182

 

ଭଞ୍ଜନଗର,୧୬/୦୪/୨୦୨୦ :-ପ୍ରଥମ କରି ପୁରୀ ରଥ ନିମାଣ ପାଇଁ ୨୦ଖଣ୍ଡକାଠ ପଠାଇଛି ବନ ବିଭାଗ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭତ୍ତର ଘୁମୁସର ବନଖଣ୍ଡ ତାରସିଂ ବନ୍ୟଞ୍ଚଳ ଘୋଗଡ ସେକସନର ସଂରକ୍ଷିତ ଜଙ୍ଗଲ ଭାଗ ରେ ଥିବା ଢଉ ଓ ସାହଜ ଗଛକୁ ଚିହ୍ନଟ କରି ଫେବୃୟାରୀ ମାସ ୮ତାରିଖରେ ପୂଜାର୍ଚନା କରାଯାଇ ଗଛ କଟା ଆରମ୍ଭ କରାଥିଲା । ଭତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ନିଦ୍ଧେର୍ଶ କ୍ରମେ ଏହି କାର୍ଯକ୍ରମ ସହକାରୀ ବନଖଣ୍ଡ ଅଧିକାରୀ ସୂଦର୍ଶନ ବାଦୀ ଉପସ୍ଥିତ ରହି କାଯକ୍ରମ ଆରମ୍ଭ  କରାଯାଇଥିବା ବେଳେ ତାରସିଂ ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଲଙ୍କ ନେତୃତରେ କରାଯାଇଥିଲା । ଗୁରୁବାର ଉକ୍ତ ସ୍ଥାନରୁ ଏକ ଟ୍ରକରେ ଢଉ ୧୯ଖଣ୍ଡସାହଜ ୧ଖଣ୍ଡ ବେଝେଇ ହେବା ପରେ ତାରସିଂ ବନ୍ୟଞ୍ଚଳ ଅଧିକାରୀ ଆଶାଲତା ଦିଗାଲ ପୂଜାଅର୍ଚନା କରିବା ପରେ ରଥକାଠ ବୋଝେଇ ଟ୍ରକ କିଛି ଗ୍ରାମ ଦେଇ ଯିବା ସମୟରେ  ରାସ୍ତା କଢରେ ମହିଳା ,ପୁରୁଷ ଓ ଛୋଟ ଠାରୁ ଯୁବକ ପର୍ଯ୍ୟନ୍ତ ଠିଆ ହେଇ ହୁଲାହୁଲି ସହ ଜୟ ଜଗନ୍ନାଥ ଧୂନିରେ ଅଞ୍ଚଳ ଥରି ଉଠିଥିଲା ।ପ୍ରଥମ କରି ପୂରୀ ରଥ ନିର୍ମାଣ ପାଇଁ ଘୋଗଡ ଅଞ୍ଚଳରୁ ଯାଇ ଥିବାରୁ ଏହି ଅଞ୍ଚଳ ଗୈରବ ସୃଷ୍ଟି କରିଛି । ଗାୟାଗଣ୍ଡା ବନପାଳ ମାନସ ରଞ୍ଜନ ପ୍ରଧାନ ,ଲକ୍ଷ୍ମୀ ନାରାୟଣ ସେଠୀ ସମେତ କିଛି ସ୍ମାଡ ଏହି କାଯକ୍ରମକୁ ସହଯୋଗ କରିଥିଲେ ।


ରିପୋର୍ଟ: ରବିନ୍ଦ୍ରପ୍ରଧାନ

LEAVE A REPLY

Please enter your comment!
Please enter your name here