ବ୍ରହ୍ମପୁର, ୧୬/୦୪/୨୦୨୦:
କାରୀନା ଭୁତାଣୁ ସଂକ୍ରମଣ ନିରୋଧି ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ପରେ ଦ୍ୱିତୀୟ ପର୍ଯ୍ୟାୟ ର ଦୁଇ ଦିନରେ ପାଟପୁର ପୋଲିସ ଦ୍ଵାରା ଦୁଇ ସଂଧିଗ୍ଧ ମୁସଲମାନ ବୁଲା ବେପାରୀଙ୍କୁ ଅଟକ ରଖିଛି ।ଅଟକ ଦୁଇ ଜଣଙ୍କୁ ପଚରା ଉଚ୍ଚରା ରେ ଦିହେଁ ସମ୍ପର୍କୀୟ ଥିବା ,ଜଣଙ୍କର ଓଡ଼ିଶା ହୋଇଥିବା ବେଳେ ଅନ୍ୟ ଜଣଙ୍କର ଛତିଶଗଡ଼ ଜଣାଯାଇଛି ।
ବାହାର ରାଜ୍ୟର ନମ୍ବର ଥିବା ଏକ ଅପାଚେ ବାଇକ୍ ରେ ଏମାନେ କିଛି ବେଡ୍ ସିଟ୍ ଧରି ବେପାର କରୁଥିବା ଏବଂ ଗଞ୍ଜାମ ଆସିକା ରେ ରହି ବେପାର କରୁଥିବା କହିଥିଲେ ମଧ୍ୟ କରୋନା ଭୟାବହତା ଜନିତ କାରଣରୁ ପୋଲିସର ସନ୍ଦେହ ଘନୀଭୂତ ହୋଇଅଛି ।
ସନ୍ଧିଗ୍ଧଙ୍କୁ ଅଟକ ପରେ ଖବର ପାଇ ମାଜିଷ୍ଟ୍ରେଟ ତଥା ତହସିଲଦାର ଅମିତ୍ କୁମାର ନାୟକ,ଅଞ୍ଚଳ କରୋନା ସଂକ୍ରମଣ ନିରୋଧୀ ମୁଖ୍ୟ ତଥା ବି ଡି ଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସମୂହ ପାଟପୁର ଥାନାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ସବିଶେଷ ସୂଚନା ପ୍ରକାରେ ମିଳିତ ତଦନ୍ତ ଆଲୋଚନା କରି ଉଭୟ ସନ୍ଦିଗ୍ଧ ଙ୍କୁ ପାଟପୁର ସ୍ଥିତ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ କୁ ପଠାଇ ଚଉଦ ଦିନର ଏକାନ୍ତ ବାସର ବ୍ୟବସ୍ଥା ରେ ରଖାଯାଇଛି।
ରିପୋର୍ଟ: ସନ୍ତୋଷ କୁମାର ଦାସ