ହିଞିଳିକାଟୁ ପୋୖରାଞ୍ଚଳ ଓ ବ୍ଳକରେ ୩୪.୫୧୫ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ

0
349

 

ହିଞିଳିକାଟୁ ,୧୭/୦୪/୨୦୨୦(ପ୍ରିୟବ୍ରତ ପଣ୍ଡା) : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତତ୍ୱରତା ପ୍ରକାଶ ପାଇଛି ।ରାଜ୍ୟରେ କରୋନା ବୃଦ୍ଧି ହୋଇଥିବା କାରଣରୁ କାର୍ଫୁ, ଲକ ଡାଉନ,ସର୍ଟଡାଉନ ଏବଂ ଅଞ୍ଚଳ ଗୁଡିକ ସିଲ ସହିତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।ଏହି ପରିପ୍ରେକ୍ଷୀରେ ପ୍ରଶାସନ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଘରେ ରହିବା ପାଇଁ ବିଭିନ୍ନ ମାଧ୍ୟମରେ ସଚେତନତା କରିଆସୁଛନ୍ତି ।ଯାହା ଫଳରେ ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ ସନ୍ଧିଗ୍ଧଙ୍କ ସଂଖ୍ୟା ଦେଖାଯାଇ ନାହିଁ।ଗତ ୯ତାରିଖ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକ ଓ ପୋୖରାଞ୍ଚଳରେ ଘରେ ଘରେ ପ୍ରତି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସ୍ଥିତ ଯାଞ୍ଚ କରାଯିବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ତିନିଜଣ ଟିମଙ୍କ ଦ୍ୱାରା ୬ଦିନ ମଧ୍ୟରେ ହିଞିଳିକାଟୁ ବ୍ଳକ ଓ ପୋୖରାଞ୍ଚଳ ତରଫରୁ ପ୍ରାୟ ୩୪.୫୧୫ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ହୋଇଥିବା ଜଣାପଡିଛି।ସ୍ୱାସ୍ଥ୍ୟ ଅଧିକାରୀଙ୍କ ତରଫରୁ ଅଙ୍ଗନବାଡି କର୍ମୀ, ପ୍ରାଥମିକ ଶିକ୍ଷକ ଓ ଆଶା କର୍ମୀଙ୍କ ମିଳିତ ଭାବେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି । ପୋୖରାଞ୍ଚଳକୁ ବାହାର ଦେଶ ଓ ରାଜ୍ୟରୁ ଆସିଥିବା ଲୋକଙ୍କ ସଂଖ୍ୟା ୨୫୫ ଜଣ ବ୍ଳକ ଅଞ୍ଚଳକୁ ଆସିଥିବା ଲୋକ ସଂଖ୍ୟା ୧୯୫୨ ଜଣ । ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ବେଳେ କୌଣସି ପ୍ରକାର କୋଭିଡ ୧୯ ଜନିତ ସମସ୍ୟା ଲକ୍ଷଣ ଦେଖାଯାଇ ନାହିଁ ।କିନ୍ତୁ କିଛି ସାମାନ୍ୟ ଥଣ୍ଡା, କାଶ ଓ ଜ୍ୱର ହୋଇଥିବା ଜଣାପଡିଛି । ସମ୍ପୃକ୍ତ ଚିହ୍ନଟଙ୍କୁ ପରୀକ୍ଷା କରାଯାଇ ଚିକିତ୍ସା କରାଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ହିଞିଳିକାଟୁ ପୌର ପରିଷଦ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଶିକ୍ଷୟିତ୍ରୀ ଓ ଅଙ୍ଗନବାଡିଙ୍କ ବ୍ୟତୀତ ଅନ୍ୟ ଆଶାକର୍ମୀ କିମ୍ବା ଷ୍ଟାଫ ନର୍ସ ଦେଖିବା କୁ ମିଳିନଥିଲା ।ଏହି କାର୍ଯ୍ୟକ୍ରମରେ ବିପିଏମ୍ ଶଶାଙ୍କ ପଣ୍ଡା,ଡାକ୍ତର ସ୍ୱପ୍ନା ରାଣୀ ମିଶ୍ର,ଡାକ୍ତର ଦ୍ବିତୀରଞ୍ଜନ ମହାପାତ୍ର, ଡାକ୍ତର ସନ୍ତୋଷ ମିଶ୍ର,ସୁପରଭାଇଜର ଅଶୋକ ମିଶ୍ର, କାଳିଚରଣ ପାଢ଼ୀ, ଦିଲେଶ୍ବର ଚୌଧୁରୀ, ଫାର୍ମାସିଷ୍ଟ ଗିରିଜା ଶଙ୍କର ରାଉତ, ଅମିତା ପଟନାୟକ, ଷ୍ଟାଫ ନର୍ସ ସୁକନ୍ୟା ପଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା କରି ଆସୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here