ଭଞ୍ଜନଗର, ୧୭/୦୪/୨୦୨୦ : କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ତରଫରୁ ବହୁ ନିୟମ କଡାକଡି କରାଯାଉଛି | ଜନସାଧାରଣଙ୍କୁ ନିୟମ ପାଳନ ନିମନ୍ତେ ସଚେତନ କରାଯାଉଛି | କିନ୍ତୁ ଅମାନିଆ ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି | ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଆଜି ଭଞ୍ଜନଗର ଠାରୁ ଗାଙ୍ଗପୁର ରାସ୍ତାରେ ବହୁତ ଅମାନିଆଙ୍କୁ ବାଇକ ଚାଳକଙ୍କୁ ଅଟକେଇବା ସହ ୫ ହଜାର ୩ ଶହ ଜରିମାନା ଆଦାୟ କରିବା ସହ କିଛି ବାଇକୁ ଇ ଚାଲାଣ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଖକୁ ପଠେଇ ଦେଇଛନ୍ତି | ବାରମ୍ବାର ମନା କରିବା ସ୍ବତ୍ତେ ଅମାନିଆ ବାଇକ ଚାଳକ ରାସ୍ତାରେ ଗାଡି ଚଳାଉଛନ୍ତି | ପୁନର୍ବାର ଏପରି କଲେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି |
ରିପୋର୍ଟ: ରବିନ୍ଦ୍ର ପ୍ରଧାନ