ଗଞ୍ଜାମ ଜିଲ୍ଲାପାଳ ଙ୍କ ଦୃଷ୍ଟି ପଡୁ

0
406

 

ଶେରଗଡ,୧୭/୦୪/୨୦୨୦: ଗ୍ରୀଷ୍ମ ଋତୁ ଓ ପାନୀୟ ଜଳାଭାବ ଦୂରୀକରଣ କୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଯୁଦ୍ଧ କାଳିନ ଭିତ୍ତିରେ ବିଭିନ୍ନ ଅଞ୍ଚଳରେ ନଳକୂପ ଖୋଳିବା ବ୍ଯବସ୍ଥା କରୁଛନ୍ତି।ଏହାକୁ ନେଇ ଗ୍ରାମାଞ୍ଚଳରେ ଗାଁ ଟାଉଟର, କୁଜିନେତା ଓ ଠିକାଦାର ମାନେ ଏହାକୁ ରାଜନୈତିକ କରଣ କରୁଥିବା ଜଣାପଡିଛି ।ଶେରଗଡ ବ୍ଲକ ର ପିତ୍ତଳ ରେ ଏ ଧରଣର ଘଟଣା ଦେଖିବାକୁ ମିଳିଛି ।ଜନସାଧାରଣଙ୍କ ସୁବିଧା ପାଇଁ ଦୃଷ୍ଟି ନଦେଇ ନିଦ୍ଦିଷ୍ଟ ଗୋଟିଏ ଦଳର ଚା ଦୋକାନ ଖଟିର ଓ କିଛି କୁଜିନେତା ଓ ଠିକାଦର ଙ୍କ ସୁବିଧା ଦୃଷ୍ଟି ରୁ ପିତଳ ବଜାର ଏହି ଚା ଦୋକାନ ସମ୍ମୁଖରେ ନଳକୂପ ଖୋଲାଯାଇଛି।ସାଧାରଣତଃ ମହିଳା ମାନେ ଏହି ଚା ଖଟି ସମ୍ମୁଖ ଯାଇ ପାଣି ଆଣିବା ସମ୍ଭବପର ନୁହେଁ।ଆଉ ଏକ ନଳକୂପ ରଙ୍ଗୁଣୀ ସାହି ଯିବା ରାସ୍ତା ରେ ଖୋଳାଯାଇଛି।,ଏହା କାହା ସ୍ୱାର୍ଥରେ କରାଯାଉଛି ।କାରଣ ଏଠାରୁ ଶହେ ମିଟର ଦୂରରେ ରଙ୍ଗୁଣୀସାହି,ଠାକୁରାଣୀ ମନ୍ଦିର ନିକଟରେ ଗୋଟିଏ ନଳକୂପ ରହିଛି ।ଏଠାରେ ଅନ୍ୟ ଏକ ନଳକୂପ ଖୋଳିବା ଆବଶ୍ୟକତା ରହିଲା କେଉଁଠି?ପିତ୍ତଳ ଧୋବା ହରିଜନ ସାହି ବ୍ଯକ୍ତିମାନଙ୍କ ପାଇଁ ଆଦୌ ପାନୀୟ ଜଳ ର ସୁବିଧା ନାହଁ ।ଅଥଚ ଛଅ ମାସ ପୂର୍ବେ ରାସ୍ତା ନିର୍ମାଣ ବେଳେ ଗଞ୍ଜାମ ଜିଲାପାଳ, ଶେରଗଡ ବିଡିଓ ଓ ତହସିଲଦାର ଙ୍କ ଆଦେଶ କୁ ଉଲ୍ଲଘଂନ କରି ସ୍ଥାନୀୟ କୁଜିନେତା ଙ୍କ ପ୍ରରୋଚନା ରେ ଆର୍ ଡି ଯନ୍ତ୍ରୀ ଓ ଠିକାଦାର ସଡକ ଠାରୂ ବହୁ ଦୂରରେ ଥିବା ଧୋବା ସାହିର କୂପ ମୁହଁରେ ସିମେଣ୍ଟ କଂକ୍ରିଟ୍ ପ୍ଳେଟ ଦେଇ ବନ୍ଦ କରିଛନ୍ତି ଏବଂ ଜନସାଧାରଣ ଙ୍କୁ ପ୍ରତାରଣା କରି କହିଥିଲେ ରୋଡ କାମ ସରିଲେ ଏହି କୂପରେ ହ୍ଯାଣ୍ଡପମ୍ପ ଲଗାଇ ଲୋକେ ପାଣି ନେବା ବ୍ଯବସ୍ଥା କରାଯିବ।ବର୍ତ୍ତମାନ ଡହଡହ ଖରା ହେଲାଣି, ଲୋକେ ପାଣିପାଇଁ ଡହଳବିକଳ ହେଲେଣି। ଗଞ୍ଜାମ ଜିଲ୍ଲାପାଳ ନିଜେ ଘଟଣା ର ଅନୁଧ୍ୟାନ କରି ଏହି କୂପ ଉପରୁ ସିମେଣ୍ଟ ପ୍ଳେଟ ବାହାର କରି ସେଥିରେ ହ୍ଯାଣ୍ଡପମ୍ପ ଲଗାଇ ପିତ୍ତଳ ଧୋବାସାହି ଜନସାଧାରଣ ପିଇବା ପାଣି ପାଇବା ବ୍ଯବସ୍ଥା କରିବାକୁ ଜନଦାବି ହେଉଛି।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here