ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ମହୁରୀ ଅଞ୍ଚଳ ପରିଷଦ ପକ୍ଷରୁ ମୂଖ୍ଯମନ୍ତୀ ଙ୍କ ରିଲିଫ ପାଣ୍ଠି କୁ ୬୦ ହଜାର ପ୍ରଦାନ

0
203

 

ବ୍ରହ୍ମପୁର, ୧୭/୦୪/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ମହାମାରୀକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ଏବଂ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଗତକାଲି ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ମହୁରୀ ଅଞ୍ଚଳ ପରିଷଦ ପକ୍ଷରୁ ୬୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଙ୍କୁ ଭେଟି ଏକ ଚେକ୍ ପ୍ରଦାନ କରିଛନ୍ତି । ମହୁରୀ ଅଞ୍ଚଳ ସଭାପତି ବୃନ୍ଦାବନ ଖଟେଇ, ରାଜ କିଶୋର ବରଡ, ଗୁରୁନାଥ ବିଶୋୟୀ ,ରାଜେନ୍ଦ୍ର ପ୍ରଧାନ, ଗିରିଧର ଭୂୟାଁ, କପିଳେଶ୍ଵର ତାରେଣୀ, ରୋହିତ କୁମାର ଭୂୟାଁ, ଭଗବାନ ସ୍ଵାଇଁ, ରଞ୍ଜନ ସ୍ଵାଇଁ, ରାଜେନ୍ଦ୍ର ତାରେଣୀ ପ୍ରମୂଖ ଉପଜିଲ୍ଲାପାଳ ଙ୍କୁ ଭେଟି ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତାହାକୁ ଜନସାଧାରଣ ମାନିବା ପାଇଁ ପରିଷଦ ତରଫରୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here