ଦିଗପହଣ୍ଡି ,୨୩/୦୪/୨୦୨୦(ବ୍ୟୁରୋ ରିପୋର୍ଟ):ପଦ୍ମନାଭପୁର ପଂଚାୟତ ରେ ଆଜି ଗୁରୁତ୍ୱ ପୂର୍ଣ୍ଣ ସରପଞ୍ଚ କ୍ରିଷ୍ଣା ରାଓ ସୁବୁଦ୍ଧି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା. ଏଥିରେ ଅଙ୍ଗନବାଡି ସୁପରଭାଇଜର ଇନ୍ଦିରା ମହାପାତ୍ର, ପି. ଇ. ଓ ଗୌରାଙ୍ଗ ଲେଙ୍କା, ଜି.ର.ଏସ. ସନ୍ତୋଷ ପାତ୍ର, ସିମାଞ୍ଚଳ ପାତ୍ର, ୱାର୍ଡ ସଭ୍ୟ ମ ଚୌଧୁରୀ, ବସନ୍ତ ନାୟକ, ଏ. ନ. ମ. ଭାଗ୍ୟ ଲତା ଦୋରା, ଲଷ୍ମୀ ବିଷୋୟୀ, ଗଣେଶ mphs, ସମସ୍ତ ଅଙ୍ଗନବାଡି, ଆଶା କର୍ମୀଉପସ୍ଥିତ ଥିଲେ. ପଂଚାୟତ ୫୦୦ ରୁ ଅଧିକା ଲୋକ ଆସିଥିବାରୁ ସମସ୍ତ ସ୍କୁଲ କୁ କରୋନଟାଇନ ସେଣ୍ଟର ଘୋଷଣା କରାଗଲା.ପ୍ରତି ଗ୍ରାମରେ ସ୍ବେଛାସେବୀ ଗଠନ କରିବା ସ୍ଥିର କରାଗଲା. ସମସ୍ତ ସ୍କୁଲର ଯାହା ଆବଶ୍ୟକ ତାକୁ ପୂର୍ଣ୍ଣ କରିବା ପାଇଁ ନିଷ୍ପତି ନିଆଗଲା, ସମସ୍ତ ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ, ଏ ନ ମ ପୂର୍ଣ୍ଣ ରୂପେ କରୋନା କାର୍ଯ୍ୟକ୍ରମ ରେ ସହଯୋଗ କରୁଥିବାରୁ ସମସ୍ଥଙ୍କୁ ସରପଞ୍ଚ ଧନ୍ୟବାଦ ଦେଇଥିଲେ, ଆଗାମୀ ଦିନରେ କରୋନାକୁ ପଂଚାୟତ ରେ ପୁରାଇ ନ ଦେବା ପାଇଁ ସମସ୍ତେ ଶପଥ ନେଇଥିଲେ l ଓଡିଶା ରାଜ୍ୟରେ ଆଗାମୀ ଦିନରେ କୋରାନା ର ସଫଳ ମୁକାବିଲା କରିବା ପାଇଁ ୧୯ ତାରିଖ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ପଦ୍ମନାଭପୁର ପଂଚାୟତ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ କ୍ରିଷ୍ଣା ରାଓ ସୁବୁଦ୍ଧି ଙ୍କ ଅଧ୍ୟକ୍ଷ ତା ରେ ହୋଇଥିଲା. ଏଥିରେ ଜି, ପି, ଇ.. ଓ ଉମେଶ ସେଠି, ସମିତି ସଭ୍ୟ ସୁଶାନ୍ତ ସେଠି, ପି. ଇ. ଓ. ଗୌରାଙ୍ଗ ଲେଙ୍କା, ନା. ଏ. ବ. ସରପଞ୍ଚ ପ୍ରତିନିଧି ମୋନଜ ଚୌଧୁରୀ, ଜି. ଆର. ଏସ. ସନ୍ତୋଷ ପାତ୍ର,mgnregs ସାହାୟକ ସିମାଞ୍ଚଳ ପତ୍ର ସମସ୍ତ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ. ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁ ଦାୟିତ୍ୱ କୁ ସୁଚାରୁ ରୂପେ ପାଳନ କରିବାକୁ ନିଷ୍ପତି ନିଆଗଲା. ରାଜ୍ୟ ବାହାରୁ ଆସିବାକୁ ଥିବା ସମସ୍ତ ପଂଚାୟତ ବାସୀଙ୍କ ଙ୍କ ତାଲିକା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଗଲା l ପଂଚାୟତ ରେ କରୋନା ର ସଫଳ ମୁକାବିଲା କରିବା ପାଇଁ ପଂଚାୟତ ରେ କାହା ଘରକୁ ଅଥିତି କିମ୍ବା ଘରଲୋକ ବାହାର ରାଜ୍ୟ ରୁ ଆସିଲେ ପଂଚାୟତ କୁ ଜଣାଇବା ବାଧ୍ୟ ତା ମୂଳକ ନଚେତ ଦଣ୍ଡିତ ହେବେ, ସମସ୍ତେ ମାକ୍ସ ପିନ୍ଧିବା ଜରୁରୀ ,ସାମାଜିକ ଦୂରତା ବଜାଇ ରଖିବା ଜରୁରୀ, ବିନା କାରଣ ରେ ମୋଟର ସାଇକଲ ରେ ବୁଲିବା ଦଣ୍ଡ ନିୟ , ନୀତି ବ୍ୟବହାର ଜିନିଷ ଉଚିତଦରରେ ବିକ୍ରି କରିବାକୁ ବ୍ୟବସାୟୀ ମାନଂକୁ ପରାମର୍ଶ, ଏହାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପଂଚାୟତ ପକ୍ଷରୁ ଉଦ୍ୟମ କରାଯିବ l ଯେଉଁ ମାନେ ରାଜ୍ୟ ବାହାରୁ ଆସିବେ ସେମାନେ ପଞ୍ଚଯାତ ସଙ୍ଘରୋଧ ଗୃହ ରେ ୧୪ଦିନ ରହିବା ବାଧ୍ୟତା ମୂଳକ।