ଭିତ୍ତିଭୂମି ଅନୁଧ୍ୟାନ ପାଇଁ ୫୦୩ ଗ୍ରାମପଞ୍ଚାୟତ ବୁଲିବେ ଜିଲ୍ଲାପାଳ

0
320

 

ଛତ୍ରପୁର,୨୩/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟ ବାହାର ଫେରନ୍ତା ଙ୍କ ପାଇଂ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ସ୍ଥିର କରାଯାଇଥିବା କ୍ବାରେଣ୍ଟାଇନ୍ କେନ୍ଦ୍ର ଗୁଡିକର ଭିତ୍ତିଭୂମି ଅନୁଧ୍ୟାନ ପାଇଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ୫୦୩ ଗୋଟି ଗ୍ରାମ ପଞ୍ଚାୟତକୁ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ । ଗ୍ରାମ ପଞ୍ଚାୟତକୁ କେତେ ଲୋକ ଫେରିବେ, ସେମାନଙ୍କ କ୍ବାରେଣ୍ଟାଇନ୍ ପାଇଁ କେଉଂ ସବୁ ସ୍ଥାନ ଚିହ୍ନଟ କରାଯାଇଛି, ଖାଇବା ବ୍ୟବସ୍ଥା, ବିଜୁଳି ସଂଯୋଗ, ପାନୀୟ ଜଳ ଓ ଶୌଚାଳୟ ପ୍ରଭୃତି ଅନୁଧ୍ୟାନ କରିବେ । ସେହିପରି ବରିଷ୍ଠ ଅଧିକାରୀ ମାନଙ୍କୁ ଭିନ୍ନଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକର ଦାୟିତ୍ବ ନ୍ୟସ୍ତ କରାଯିବ । ଜିଲ୍ଲାକୁ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ ବୋଲି ପ୍ରାଥମିକ ଅଟକଳ କରାଯାଇଛି । ସେମାନେ ସଂପୃକ୍ତ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ପହଞ୍ଚିବା ପରେ ସ୍ବାସ୍ଥ୍ୟ ଯାଂଚ୍ କରାଯିବ । ସମସ୍ତଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ କିଟ୍ ଏବେଠାରୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ବ୍ଲକ୍ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି . । ପ୍ରତି ପଞ୍ଚାୟତ ସ୍ତରରେ ପରିଚାଳନା କମିଟିମାନ ଗଠନ କରାଯିବ । କେଉଁ ମାନଙ୍କୁ ଦାୟୀତ୍ବ ଦିଆଯିବ ତାର ତାଲିକା ଏବେ ଠାରୁ ପ୍ରସ୍ତୁତ ହେବ । ଯେଉଂ ମାନେ ଅବହେଳା କରିବେ ସେମାନଙ୍କ ଉପରେ ଉତ୍ତର ଦାୟୀତ୍ବ ଧାର୍ଯ୍ୟ କରାଯିବ । କରୋନା ଆକ୍ରାନ୍ତ ରାଜ୍ୟରୁ ଲୋକମାନେ ଫେରିବାକୁ ଥିବାରୁ ସର୍ବାଧିକ ସତର୍କତା ସହିତ ସେମାନଙ୍କର କ୍ବାରେଣ୍ଟାଇନ୍ ପରିଚାଳନା କରାଯିବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି । ସାମାଜିକ ଦୂରତ୍ବ କିପରି ଅବଲମ୍ବନ କରାଯିବ ପ୍ରତ୍ୟେକ ବ୍ଲକ୍ ନିଜ ନିଜର ଆଦର୍ଶ ମାର୍ଗଦର୍ଶିକା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଜଣାଇବେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅନାମ ଚରଣ ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here