୨୫ ରେ ୨୫ ପଏଣ୍ଟ: ଆଗାମୀ ଦିନ ପାଇଁ ଏବେ ଠୁ ସତର୍କ

0
447

 

ଭୁବନେଶ୍ବର,୨୫/୦୪/୨୦୨୦(ବ୍ୟୁରୋ ରିପୋର୍ଟ)

୧- ରାଜ୍ୟକୁ ୫ଲକ୍ଷ ପ୍ରବାସୀ ଓଡିଆ ସୁରକ୍ଷିତ ଫେରିବେ।

୨- ପ୍ରବାସୀ ଓଡିଆଙ୍କ ବ୍ୟଗ୍ରତା ନେଇ ସରକାର ସମ୍ବେଦନଶୀଳ।

୩- ଲକଡାଉନ ପରେ ଓଡିଶା ଫେରିବା ଲାଗି ପଞ୍ଜୀକରଣ ବାଧ୍ୟତାମୂଳକ।

୪- ରାଜ୍ୟ ସରକାରଙ୍କ ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିହେବ।

୫- ସବୁ ପଞ୍ଚାୟତରେ ନୋଡାଲ ଅଫିସର ନିଯୁକ୍ତ।

୬- ଗତକାଲିଠାରୁ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଛି।

୭- ଓଡିଶା ଫେରିବା ପରେ ୧୪ଦିନ କ୍ବାରେଣ୍ଟାଇନରେ ରହିବେ।

୮- କ୍ବାରେଣ୍ଟାଇନ ପରେ ପରୀକ୍ଷା ହେବ, ତାପରେ ଘରକୁ ଫେରି ପାରିବେ।

୯- ପଞ୍ଜୀକରଣ ପାଇଁ ଆଧାର ନମ୍ବର , ମୋବାଇଲ ନମ୍ବର ବାଧ୍ୟତାମୂଳକ।

୧୦- ଅନ୍ୟ କେହି ପଞ୍ଜୀକରଣ କଲେ ସେ ତାଙ୍କ ମୋବାଇଲ ନମ୍ବର ଦେବେ।

୧୧- ପୋର୍ଟାଲ ମାଧ୍ୟମରେ ସମସ୍ତେ ପଞ୍ଜୀକରଣ କରିପାରିବେ।

୧୨- ଆପଣ କରିପାରିବେ, ଆପଣଙ୍କ ପାଇଁ ଅନ୍ୟ କେହି କରି ପାରିବେ।

୧୩- ପଞ୍ଚାୟତ ନୋଡାଲ ଅଫିସର ମଧ୍ୟ ପଞ୍ଜୀକରଣ କରିପାରିବେ।

୧୪- ଫର୍ମ ପୂରଣ କରି ପଞ୍ଚାୟତ ନୋଡାଲ ଅଫିସରଙ୍କୁ ଦେଲେ ପଞ୍ଜୀକରଣ ହୋଇଯିବ।

୧୫- ମୋବାଇଲ ବା ଲାପଟପରେ ବିବରଣୀ ଦେଇ ପଞ୍ଜୀକରଣ କରିପାରିବେ।

୧୬- ଆପଣଙ୍କ ପାଇଁ ଆଉ କିଏ ପଞ୍ଜୀକରଣ କରୁଥିଲେ ଲୋକାଲ କଣ୍ଟାକ୍ଟ ତଥ୍ୟ ଦିଅନ୍ତୁ।

୧୭- ଓଡିଶାର କେଉଁଠିକୁ ଯିବେ ସେନେଇ ଆପଣ ତଥ୍ୟ ଦେବେ।

୧୮- ଓଡିଶାରେ କିଏ ସଂପର୍କୀୟ ଅଛନ୍ତ ତାଙ୍କ ନାଁ ମୋବାଇଲ ନମ୍ବର ଦେବେ।

୧୯- ଅତିଥି ଶ୍ରମଜୀବୀ ରାଜ୍ୟ ମଧ୍ୟରେ ଯାତାୟତ କରିପାରିବେ।

୨୦- ଜିଲ୍ଲା ପ୍ରଶାସନ ସେମାନଙ୍କ ଲାଗି ପାସ୍ ସୁବିଧା କରିବେ।

୨୧- ଅତିଥି ଶ୍ରମଜୀବୀ କ୍ବାରେଣ୍ଟାଇନ ଶେଷ କରିଥିବାରୁ ଅସୁବିଧା ନାହିଁ।

୨୨- ଶ୍ରମଜୀବୀ ପହଞ୍ଚୁଥିବା ସ୍ଥାନରେ ଆଉ କ୍ବାରେଣ୍ଟାଇନରେ ରହିବେନି।

୨୩- ଓଡିଶାରେ ୨୦,୫୯୯ଟି ନମୁନା ପରୀକ୍ଷା ହୋଇଛି।

୨୪- ରାଜ୍ୟରେ ୯୪ ଜଣ କରୋନା ଆକ୍ରାନ୍ତ।

୨୫- କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ୩୩ ଜଣ।

LEAVE A REPLY

Please enter your comment!
Please enter your name here