ପୋୖର ପ୍ରଶାସନ ପକ୍ଷରୁ ୭ ହଜାର ଜରିମିନା ଆଦାୟ ଓ ଦୁଇ ଦୋକାନ ସିଲ ।

0
472

 

ହିଞିଳିକାଟୁ, ୨୬/୦୪/୨୦୨୦ :- ଗଞ୍ଜାମ ଜିଲ୍ଲାର ବାହାର ରାଜ୍ୟରୁ ଦାଦନ ଶ୍ରମିକ ଫେରିବା ନେଇ ପ୍ରଶାସନ ଚିନ୍ତିତର କାରଣ ବଢ଼ାଇଛି ।ଜିଲ୍ଲା ପ୍ରଶାସନ ତରଫରୁ ଦୋକାନ ବଜାର ଖୋଲିବା ନିମନ୍ତେ କଟକଣା କୋହଳ କରଯାଇଛି ।ଜୀବନଯାତ୍ରା ସ୍ବଭାବିକ କରିବା ପାଇଁ କରୋନା ଲକ ଡାଉନ କଟକଣା ମଧ୍ୟ କୋହଳ ହୋଇଛି । ସେଲୁନ,ଚା ଦୋକାନ,ପାନ ଦୋକାନ,ଗୁପ ଚୁପ ଦୋକାନ ଠେଲା ଗାଡି ଜଳଖିଆ ଦୋକାନ ଆଦି ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି ।ସାମାଜିକ ଦୂରତ୍ୱ ଅଧିକ କଡାକଡି କରିବା ପାଇଁ ପ୍ରଶାସନର ନଜର ରହିଛି । ହିଞିଳିକାଟୁ ପୋୖର ପ୍ରଶାସନ ରବିବାର ପନିପରିବା ବଜାର କିଛି ସେଲୁନ ଓ ପରିବା ଦୋକାନକୁ ସିଲ କରି ଜରିମିନା ଆଦାୟ କରାଯାଇଛି ।ସାମାଜିକ ଦୂରତ୍ୱ ଓ ପ୍ରଶାନକୁ ଅବମାନନା କରି ସେଲୁନ ଦୋକାନ ଖୋଲି ଚୁଟି କାଟୁଥିଲେ ।ଆଇନ ଅମାନ୍ୟ କରିବା ଦ୍ୱାରା ୧ ହଜାର ଓ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବାରୁ ଅନ୍ୟାନ୍ୟ ବ୍ୟବସାୟୀ ଅନୁଷ୍ଠାନ ବିନା ମାସ୍କ ଧାରୀଙ୍କ ଠାରୁ ସମୁଦାୟ ୭ହଜାର ଟଙ୍କା ଜରିମିନା ଆଦାୟ କରାଯାଇଛି।କଟକଣା କୋହଳ ରହିଥିଲେ ମଧ୍ୟ ମାସ୍କ ନ ପିନ୍ଧି ବଜାର ମଧ୍ୟରେ , ସାମାଜିକ ଦୂରତ୍ୱ ରକ୍ଷା ନକଲେ ଏଭଳି ଜରିମାନା ଆଦାୟ କରାଯିବ ବୋଲି ପୋୖର ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ କହିଛନ୍ତି। ବଜାରକୁ ଆସିଲେ ମୁହଁରେ ମାସ୍କ ପିନ୍ଧି ଆସିବା ନିହାତି ଜରୁରୀ ।ବିନା ମାସ୍କଧାରୀଙ୍କୁ ବଜାର ମଧ୍ୟରେ ବୁଲୁ ଥିବା ଦେଖିଲେ ୨ସହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ।


ରିପୋର୍ଟ: ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here