ଶେରଗଡ,୨୬/୦୪/୨୦୨୦: ଲକ୍ ଡାଉନ ଉଠିବା ପରେ ପିତ୍ତଳ ପଂଚାୟତ କୁ ରାଜ୍ଯ ବାହାରେ ଥିବା ପ୍ରାୟ ଏକହଜାର ରୁ ଉର୍ଦ୍ଧ ଦାଦନ ଶ୍ରମିକ ଆସିବା ସମ୍ଭାବନା ରହିଛି ।ବହାର ରାଜ୍ଯରେ ଏ ପଂଚାୟତ ର ବାରଶହ ରୁ ଉର୍ଦ୍ଧ ଦାଦନ ରହୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘରକୁ ଫେରିବା ପାଇଁ ନଅଶହରୁ ଉର୍ଦ୍ଧ ନାମ ରେଜିଷ୍ଟ୍ରେସନ କରିସାରିଛନ୍ତି।୧୪ଦିନର କରେଣ୍ଟାଇନ ସରିବା ପରେ ପିତ୍ତଳ ଅଂଚଳରେ ଦୁର୍ଦ୍ଦଶା ବୃଦ୍ଧି ପାଇଁବା ଆଶଙ୍କା ଦେଖାଯାଇଛି। ଏଠାରେ ସେମାନଙ୍କ ପାଇଁ କାମଧନ୍ଦା ମିଳିବ ତ? ସେମାନେ ବେକାର ବସିଲେ କରିବେ କଣ?ମଦ ବ୍ଯବସାୟ,ଚୋରି ଡକାୟତି ଓ ହତ୍ୟା କାଣ୍ଡ ଭଳି ଘଟଣା ବୃଦ୍ଧି ପାଇବ ନାହିଁ ତ? ଏହି ଆଶଙ୍କା ରେ ସାଧାରଣ ଜନସାଧାରଣ ଆତଙ୍କିତ ହୋଇପଡିଲେଣି।ଏଥିପାଇଁ ପୂର୍ବରୁ ଅବକାରୀ ବିଭାଗ ଓ ପୁଲିସ ବିଭାଗ ସଜାଗ ରହିବାକୁ ଜନଦାବି ହେଉଛି।ଶେରଗଡ ବ୍ଲକ ର ୨୨ଟି ପଂଚାୟତ ରୁ ପ୍ରାୟ ୧୫ହଜାର ଶ୍ରମିକ ବାହାର ରାଜ୍ଯରୁ ଘରକୁ ଫେରିବା ସମ୍ଭାବନା ସୃଷ୍ଟି କରିଛି ।
ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି