ବେଲଗୁଣ୍ଠI,୨୭/୦୪/୨୦୨୦: ଫାଟୁଆ ରୋଗରେ ବହୁ ଗାଈ ଗୋରୁ ଆକ୍ରାନ୍ତ ନେଇ ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା l ପରଦିନ ପ୍ରାଣୀ ଚିକିତ୍ସା ବିଭାଗର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡକ୍ଟର ରାକେଶ କୁମାର ପତି ଘର ଘର ବୁଲି ଔଷଧ ଓ ଇଂଜେକ୍ସନ୍ ଦେଇ ଫେରି ଥିଲେ l ଫାଟୁଆ ରୋଗ ଏକ ଭୂତାଣୁ ଜନିତ ସଂକ୍ରମିତ ରୋଗ ହୋଇ ଥିବାରୁ କାଳେ ଅଧିକ ଗାଈ ଗୋରୁ ଙ୍କୁ ଏହି ରୋଗ ବ୍ୟାପିବା ଆଶଙ୍କା କରି ଆଜି ଏକ ଉଚ୍ଚ ସ୍ତରୀୟ ପ୍ରାଣୀ ଚିକିତ୍ସା ବିଭାଗର ଗବେଷକ ଓ ଅଭିଜ୍ଞ ଡାକ୍ତର ମାନେ ବେଲଗୁଣ୍ଠାରେ ପହଞ୍ଚି ରୋଗାଗ୍ରସ୍ତ ଗାଈଗୋରୁ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା ପାଇଁ ବ୍ରହ୍ମପୁର ଗବେଷଣାଗାରକୁ ପଠାଇଛନ୍ତି l ଆଜି ସକାଳ ୧୦ ଘଣ୍ଟା ସମୟରେ ପ୍ରାଣୀ ଚିକିତ୍ସା ବିଭାଗର ଉଚ୍ଚ ସମ୍ପନ୍ନ ୫ ଜଣିଆ ଟିମ୍ ବେଲଗୁଣ୍ଠାସ୍ଥିତ ଗୋପାଳକ ସାଗର ରାଉତଙ୍କ ଗୁହାଳରେ ପହଞ୍ଚିଲେ l ଏଥିରେ ବ୍ରହ୍ମପୁର କେନ୍ଦ୍ରୀୟ ଗବେଷଣା କେନ୍ଦ୍ରର ରିସର୍ଚ୍ଚ ଅଫିସର ଡକ୍ଟର ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ଵରେ ଆସିଥିବା ଟିମ୍ ରେ ଆଞ୍ଚଳିକ ଗବେଷଣା କେନ୍ଦ୍ରର ଅଫିସର ଡକ୍ଟର ଦିଗ୍ବଳୟ ମହାନ୍ତି, ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବନମାଳୀ ସାହୁ , ଭାର ପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ନୀଳାଞ୍ଚଳ ସେନାପତି, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରାକେଶ କୁମାର ପତି ପ୍ରମୁଖ ଆସି ଗାଈର ଖୁରା ସନ୍ଧିରୁ ସ୍ୱାବ ଓ ରକ୍ତ ପରୀକ୍ଷା ପାଇଁ ନେଇଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଫାଟୁଆ ରୋଗ ନୁହେଁ ବୋଲି ପ୍ରକାଶ କରିବା ସହ ଏହା ଖୁରା ସରା ରୋଗର ଲକ୍ଷଣ ବୋଲି ପ୍ରକାଶ କରିଥିଲେ l ଫାଟୁଆ ରୋଗରେ ଗାଈ ଗୋରୁ ଆକ୍ରାନ୍ତ ହେଲେ ଖୁରା ଓ ଥୋମଣିରେ ସଂକ୍ରମିତ ଚିହ୍ନ ଦେଖା ଯାଏ ଏବଂ ଏହା ଡିଆଁ ରୋଗ ହୋଇଥିବାରୁ ଆଖ ପାଖ ଅଞ୍ଚଳରେ ଥିବା ସମସ୍ତ ଗାଈ ଗୋରୁଙ୍କୁ ଏହା ବ୍ୟାପି ଯାଏ l ଗାଈ ଗୋରୁଙ୍କ ପାଖରେ ସେମିତି କିଛି ଲକ୍ଷଣ ନଥିବାରୁ ଗୋମାଲିକ ମାନେ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଥିଲେ l ରିପୋର୍ଟ ଆସିବା ପରେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଡାକ୍ତରୀ ଦଳ ପ୍ରକାଶ କରିଥିଲେ l ବେଲଗୁଣ୍ଠI ବ୍ଲକ୍ ଓ ଏନଏସିରେ ୬୫୦୦ ଭ୍ୟାକ୍ସିନ୍ ଡୋଜ ଗାଈ ଗୋରୁ ଙ୍କୁ ଦିଆ ଯାଇଥିବା ଡକ୍ଟର ପତି ପ୍ରକାଶ କରିଥିଲେ l ଏହା ଫାଟୁଆ ରୋଗ ନୁହେଁ ବୋଲି ବିଶେଷଜ୍ଞ ଦଳ ପ୍ରକାଶ କରିବା ପରେ ଗୋମାଲିକ ମାନେ ଆଶ୍ଵସ୍ତି ପ୍ରକାଶ କରିଥିଲେ lପ୍ରାଣୀ ଚିକିତ୍ସକ ଆସି ପ୍ରାଥମିକ ଚିକିତ୍ସା କରିଥିଲେ ବୋଲି ଆଜି କିଛି ଗୋମାଲିକ ଏହି ଟିମ ଆଗରେ ପ୍ରକାଶ କରିଥିଲେ