ବେଲଗୁଣ୍ଠା ରେ ପ୍ରାଣୀ ଚିକିତ୍ସା ବିଭାଗର ଉଚ୍ଚ ସ୍ତରୀୟ ଟିମ୍, ରୋଗଗ୍ରସ୍ତ ଗାଈ ଗୋରୁଙ୍କ ରକ୍ତ ଓ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଗଲା l

0
231

 

ବେଲଗୁଣ୍ଠI,୨୭/୦୪/୨୦୨୦: ଫାଟୁଆ ରୋଗରେ ବହୁ ଗାଈ ଗୋରୁ ଆକ୍ରାନ୍ତ ନେଇ ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା l ପରଦିନ ପ୍ରାଣୀ ଚିକିତ୍ସା ବିଭାଗର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡକ୍ଟର ରାକେଶ କୁମାର ପତି ଘର ଘର ବୁଲି ଔଷଧ ଓ ଇଂଜେକ୍ସନ୍ ଦେଇ ଫେରି ଥିଲେ l ଫାଟୁଆ ରୋଗ ଏକ ଭୂତାଣୁ ଜନିତ ସଂକ୍ରମିତ ରୋଗ ହୋଇ ଥିବାରୁ କାଳେ ଅଧିକ ଗାଈ ଗୋରୁ ଙ୍କୁ ଏହି ରୋଗ ବ୍ୟାପିବା ଆଶଙ୍କା କରି ଆଜି ଏକ ଉଚ୍ଚ ସ୍ତରୀୟ ପ୍ରାଣୀ ଚିକିତ୍ସା ବିଭାଗର ଗବେଷକ ଓ ଅଭିଜ୍ଞ ଡାକ୍ତର ମାନେ ବେଲଗୁଣ୍ଠାରେ ପହଞ୍ଚି ରୋଗାଗ୍ରସ୍ତ ଗାଈଗୋରୁ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା ପାଇଁ ବ୍ରହ୍ମପୁର ଗବେଷଣାଗାରକୁ ପଠାଇଛନ୍ତି l ଆଜି ସକାଳ ୧୦ ଘଣ୍ଟା ସମୟରେ ପ୍ରାଣୀ ଚିକିତ୍ସା ବିଭାଗର ଉଚ୍ଚ ସମ୍ପନ୍ନ ୫ ଜଣିଆ ଟିମ୍ ବେଲଗୁଣ୍ଠାସ୍ଥିତ ଗୋପାଳକ ସାଗର ରାଉତଙ୍କ ଗୁହାଳରେ ପହଞ୍ଚିଲେ l ଏଥିରେ ବ୍ରହ୍ମପୁର କେନ୍ଦ୍ରୀୟ ଗବେଷଣା କେନ୍ଦ୍ରର ରିସର୍ଚ୍ଚ ଅଫିସର ଡକ୍ଟର ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ଵରେ ଆସିଥିବା ଟିମ୍ ରେ ଆଞ୍ଚଳିକ ଗବେଷଣା କେନ୍ଦ୍ରର ଅଫିସର ଡକ୍ଟର ଦିଗ୍‌ବଳୟ ମହାନ୍ତି, ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବନମାଳୀ ସାହୁ , ଭାର ପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ନୀଳାଞ୍ଚଳ ସେନାପତି, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରାକେଶ କୁମାର ପତି ପ୍ରମୁଖ ଆସି ଗାଈର ଖୁରା ସନ୍ଧିରୁ ସ୍ୱାବ ଓ ରକ୍ତ ପରୀକ୍ଷା ପାଇଁ ନେଇଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଫାଟୁଆ ରୋଗ ନୁହେଁ ବୋଲି ପ୍ରକାଶ କରିବା ସହ ଏହା ଖୁରା ସରା ରୋଗର ଲକ୍ଷଣ ବୋଲି ପ୍ରକାଶ କରିଥିଲେ l ଫାଟୁଆ ରୋଗରେ ଗାଈ ଗୋରୁ ଆକ୍ରାନ୍ତ ହେଲେ ଖୁରା ଓ ଥୋମଣିରେ ସଂକ୍ରମିତ ଚିହ୍ନ ଦେଖା ଯାଏ ଏବଂ ଏହା ଡିଆଁ ରୋଗ ହୋଇଥିବାରୁ ଆଖ ପାଖ ଅଞ୍ଚଳରେ ଥିବା ସମସ୍ତ ଗାଈ ଗୋରୁଙ୍କୁ ଏହା ବ୍ୟାପି ଯାଏ l ଗାଈ ଗୋରୁଙ୍କ ପାଖରେ ସେମିତି କିଛି ଲକ୍ଷଣ ନଥିବାରୁ ଗୋମାଲିକ ମାନେ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଥିଲେ l ରିପୋର୍ଟ ଆସିବା ପରେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଡାକ୍ତରୀ ଦଳ ପ୍ରକାଶ କରିଥିଲେ l ବେଲଗୁଣ୍ଠI ବ୍ଲକ୍ ଓ ଏନଏସିରେ ୬୫୦୦ ଭ୍ୟାକ୍ସିନ୍ ଡୋଜ ଗାଈ ଗୋରୁ ଙ୍କୁ ଦିଆ ଯାଇଥିବା ଡକ୍ଟର ପତି ପ୍ରକାଶ କରିଥିଲେ l ଏହା ଫାଟୁଆ ରୋଗ ନୁହେଁ ବୋଲି ବିଶେଷଜ୍ଞ ଦଳ ପ୍ରକାଶ କରିବା ପରେ ଗୋମାଲିକ ମାନେ ଆଶ୍ଵସ୍ତି ପ୍ରକାଶ କରିଥିଲେ lପ୍ରାଣୀ ଚିକିତ୍ସକ ଆସି ପ୍ରାଥମିକ ଚିକିତ୍ସା କରିଥିଲେ ବୋଲି ଆଜି କିଛି ଗୋମାଲିକ ଏହି ଟିମ ଆଗରେ ପ୍ରକାଶ କରିଥିଲେ

LEAVE A REPLY

Please enter your comment!
Please enter your name here