ଶେରଗଡ,୨୮୵୪୵୨୦୨୦ : ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜ ପୂର୍ବତନ ପ୍ରଫେସର୍ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁ କରୋନା ର ମୁକାବିଲା ପାଇଁ ଏକଲକ୍ଷ ଟଙ୍କା ମୂଖ୍ଯମନ୍ତୀ ରିଲିଫ ପାଣ୍ଠିକୁ ଦାନ କରିଥିବା ରୁ ବ୍ରହ୍ମପୁର ଡକ୍ଟରସ୍ ଫୋରମର ପୂର୍ବତନ ସଂପାଦକ ତଥା ଓଡିଶାର ବରିଷ୍ଠ ସାମ୍ବାଦିକ ସମାଜ ସେବୀ ଡାକ୍ତର ହୃଷୀକେଶ ମହାନ୍ତି ସାଧୁବାଦ ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି ।ଡାକ୍ତର ସାହୁ ବର୍ତ୍ତମାନ ନବେବର୍ଷ ବୟସରେ ଉପନୀତ ହୋଇ ଥଲେ ମଧ୍ଯ ବିଭିନ୍ନ ସମାଜସେବା କାର୍ଯ୍ୟ ରେ ଲିପ୍ତ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଆଜି ବ୍ରହ୍ମପୁର ବିଧାୟକ ଙ୍କ ଉପସ୍ଥିତ ରେ ଜିଲ୍ଲାପାଳ ଙ୍କୁ ଚେକ୍ ମାଧ୍ଯମ ଦାନ କରିଛନ୍ତି
ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି