ଉତ୍କଳ ସମ୍ମିଳନୀ ର ସଂସ୍ଥାପକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ ତମ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ।

0
205

 

ବ୍ରହ୍ମପୁର,୨୮/୪/୨୦୨୦ (ବ୍ୟୁରୋ ରିପୋର୍ଟ) ଉତ୍କଳ ଜନନୀ ଙ୍କ
ବରେଣ୍ୟ ବରପୁତ୍ର ଉତ୍କଳ ସମ୍ମିଳନୀର ସଂସ୍ଥାପକ
ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣଧାର
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ
ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।୧୯୦୦ମସିହା ବେଳକୁ ବିଶାଳ ଭୂଖଣ୍ଡ
ଉତ୍କଳ, ଇଂରେଜ ଶାସନ କାଳରେ ଖଣ୍ଡ ବିଖଣ୍ଡିତ ହୋଇ ମାନ୍ଦ୍ରାଜ,କଲିକତା ଏବଂ ସେଣ୍ଟ୍ରଲ ପ୍ରୋଭିନ୍ସ
ଅଧିନରେ ଶାସନାଧିନ ଥିଲା।ଏହାକୁ ଭାଙ୍ଗି ସ୍ବତନ୍ତ୍ର ଉତ୍କଳ ବା ଓଡିଶା ପ୍ରଦେଶ ଗଠନ କରିବା ଲକ୍ଷ୍ୟ ନେଇ ସମସ୍ତ ଓଡିଆ ଙ୍କୁ ଏକାଠି କରିବା ପାଇଁ ଦୃଢ଼
ସଂକଳ୍ପ ନେଇ କଲିକତା ରୁ ଓକିଲାତି ଛାଡି ଓଡିଶା
ଫେରି ଆସିଥିବା ମଧୁସୂଦନ ଦାସ ଙ୍କ ସ୍ବାର୍ଥତ୍ୟାଗ
ଅକ୍ଳାନ୍ତ ପରିଶ୍ରମ ସାକାର ହେଲା ୧୯୩୬ ମସିହା
ଏପ୍ରିଲ ୧ ତାରିଖ ରେ। ଓଡିଆ ଜାତି ଫେରି ପାଇଲା
ତାର ହୃତ ଗୌରବ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ
ଗଠନ ହୋଇ ସ୍ଥାପନ ହେଲା ମହାନ କୀର୍ତ୍ତିସ୍ତମ୍ଭ।
ଅବଶ୍ଯ ଏହି ମହାନ ଜନନାୟକ ପ୍ରାତଃସ୍ମରଣୀୟ
ମଧୁବାବୁଙ୍କ ଦେହାନ୍ତ ହୋଇ ସାରିଥିଲା ୧୯୩୪
ମସିହାରେ।କିନ୍ତୁ ମଧୁବାବୁ ଙ୍କ ଦୃଢ଼ ସଂକଳ୍ପକୁ ସାକର କରିଥିଲେ ଓଡ଼ିଶାର ଅନ୍ୟତମ ବରପୁତ୍ର ନଵ ଉତ୍କଳ ର ନିର୍ମାତା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ। ଯାହାଙ୍କର ୧୨୯ତମ ପୂଣ୍ୟ ଜୟନ୍ତୀ ଗତ ୨୬ଏପ୍ରିଲ ୨୦୨୦ରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ମହାନ ଜନନାୟକ ଙ୍କ ସ୍ମୃତିଚାରଣ ଆଲୋଚନା
ସଭା “ମହାମାରୀ କରୋନା” ସଂକ୍ରମଣକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ଅନୁରୋଧ ନିର୍ଦ୍ଦେଶ କୁ ସମ୍ମାନ ଜଣାଇ ଉତ୍କଳ ସମ୍ମିଳନୀ ସ୍ଥଗିତ ରଖାଯାଇଛି।ତେଣୁ ସମ୍ମିଳନୀ ର ସଭାପତି ଡ.ସୁବ୍ରତ କୁମାର ସାହୁଙ୍କ ପରାମର୍ଶ କ୍ରମେ
ଉପଦେଷ୍ଟା ମନ୍ମଥ ପାଢୀ, ଡାକ୍ତର ବୃନ୍ଦାବନ ଚନ୍ଦ୍ରପାଢ଼ୀ,ଉପଉପସଭାପତି ଡାକ୍ତର ନକୁଳ ସାହୁ, ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ସହସମ୍ପାଦକ ଡାକ୍ତର ଚନ୍ଦ୍ରମଣି ସ୍ବାଇଁ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ, ଜିଲ୍ଲା ପ୍ରତିନିଧି ରାସବିହାରୀ ଦାସ ,ସଦସ୍ୟ ଅଶୋକ କୁମାର ସାହୁ, ଡାକ୍ତର ସମରେନ୍ଦ୍ର କୁମାର ସାହୁ,
ରାଜକିଶୋର ସ୍ବାଇଁ,ଶ୍ରୀମତୀ ସ୍ବର୍ଣପ୍ରଭା ପାଢୀ, ଶ୍ରୀମତୀ ସ୍ବର୍ଣପ୍ରଭା ମିଶ୍ର, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତେଣୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।

LEAVE A REPLY

Please enter your comment!
Please enter your name here