ଭଞ୍ଜନଗର,୨୮/୦୪/୨୦୨୦:-କରୋନା ସଂକ୍ରାମଣକୁ ରୋକିବା ପାଇଁ ସହରକୁ ସଫା ସୁତରା କରିଥିବାକୁ ନେଇ ସ୍ଥାନୀୟ ବିଜୁ ସ୍ମୁତିସଂସଦ (ବାଉଁଶଲୁଣ୍ଡି) ତରଫରୁ ଏନଏଏସିର ୬୧ଜଣ ସଫେଇ କର୍ମଚାରୀଙ୍କୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ସମ୍ଲାନିତ କରାଯାଇଥିଲା । ଏଥିରେ ଭପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଭଞ୍ଜନଗର ବ୍ଲକ ଉପାଧିକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବିଜୁ ସ୍ମୁତି ସଂସଦର ସଭାପତି ସଂଗ୍ରାମ କେଶରୀ ଆରୁଖ, ସଂପାଦକ ରାଜେନ୍ଦ୍ର ପ୍ରଧାନ,ସମାଜସେବୀ ଶୂଳପାଣି ଶତପଥି ଉପସ୍ଥିତ ରହିଥିବା ବେଳେ ପଞ୍ଚାନନ ପାଳ,ପ୍ରମୋଦ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସହଯାେଗ କରିଥିଲେ ।ଉକ୍ତ ସଫେଇ କର୍ମଚାରୀମାନେ କରୋନା ସଂକ୍ରାମଣକୁ ଖାତିରି ନକରି କାର୍ଯ୍ୟ ସୁଚାରରୂପେ ସମାପନ କରିଆସୁଥିବାରୁ ଏହାକୁ ନେଇବିଜୁ ସ୍ମୁତିସଂସଦ ତରଫରୁ ସମ୍ନାନିତ କରାଯାଇଥିବା କଥା ସଂସଦର ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି।
ରିପୋର୍ଟ: ରବିନ୍ଦ୍ରପ୍ରଧାନ