ଚିକିଟି,୦୨/୦୫/୨୦୨୦(ଗଦାଧର ଶୁକ୍ଳ)
ଗଞ୍ଜାମ କେ ନୂଆଗାଁ ଥାନା ଅଧୀନସ୍ଥ କଳିଙ୍ଗ ଦୋଳା ଓ କୁମରଡ଼ା ଗ୍ରାମର କିଛି ଯୁବକ ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଶନିବାର ଦିନ ଅପରାହ୍ନ ପ୍ରାୟ ୫ ଘଣ୍ଟ ସମୟରେ କଳିଙ୍ଗ ଦୋଳା ବ୍ରିଜ ନିକଟରେ ଦୁଇ ଗୋଷ୍ଟି ମଧ୍ୟରେ ବଚସା ହୋଇଥିବା ବେଳେ କଳିଙ୍ଗ ଦୋଳା ଗ୍ରାମର କିଛି ଲୋକ କୁମରଡ଼ା ଗ୍ରାମର ଲୋକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ମିଳିଥିବା ସୂଚନା ମୁତାବକ କୁମରଡ଼ା ର କିଛି ଯୁବକ କଳିଙ୍ଗ ଦୋଳା ଗ୍ରାମର ଜଣେ ସାଙ୍ଗ ଘରକୁ ଆସିଥିବା ବେଳେ ଏହି ଗ୍ରାମର କିଛି ଯୁବକ ସେମାନଙ୍କୁ ଦେଖି କୁମରଡ଼ା ଲୋକଙ୍କ ପାଖରେ ପହଞ୍ଚି ପୂର୍ବ ଶତ୍ରୁତାକୁ ଦୋହଲାଇଥିଲେ।ପରେ ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା।ଏହି ବଚସା ରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ର ରୂପ ନେଇଥିଲା।ଉଭୟ ପଟରୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରିବା ପାଇଁ ପଛାଇ ନ ଥିଲେ।ଆହତ ମାନେ ହେଲେ ରାମକୃଷ୍ଣ ପ୍ରଧାନ, ଲକ୍ଷ୍ମୀକାନ୍ତ ପ୍ରଧାନ, ପିଣ୍ଡୁ ପ୍ରଧାନ,ଭୂଷଣ ପ୍ରଧାନ, ଜିତୁ ପ୍ରଧାନ।ଗୁରୁତର ମାନଙ୍କୁ ପ୍ରଥମେ କେ ନୂଆଗାଁ ପୋଲିସ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ ପୋଲିସ ଗାଡ଼ିରେ ଚିକିଟି ମେଡ଼ିକାଲ କୁ ନେଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲ କୁ ପଠାଇଥିଲେ।ପୂର୍ବରୁ ଏହି ବ୍ରିଜ ନିକଟରେ ଡକାୟତ ମାନଙ୍କ ଆଡ୍ଡା ସ୍ଥଳୀ ଭାବେ ବାଛିନେଇଥିବା ବେଳେ ବର୍ତ୍ତମାନ ର ଏହି ଘଟଣା ଦେଖି ଜନସାଧାରଣ ପୂର୍ବ କଥା ର ପୁନରାବୃତ୍ତି ହେବକି ବୋଲି ଆଶଙ୍କା କରୁଥିବା ମତ ପ୍ରକାଶ କରିଛନ୍ତି।