ବୁଗୁଡା,୦୨/୦୫/୨୦୨୦: ବୁଗୁଡା ନଗର ବିଜେପି ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି ଶୁକ୍ରବାର ଦିନ ବୁଗୁଡ଼ାରେ କରୋନା ମାହାଯୁଦ୍ଧର ଯୋଦ୍ଧା ବୃନ୍ଦଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ନଗର ସଭାପତି ଶ୍ରୀ ମହାନ୍ତି କରୋନା ଯୁଦ୍ଧରେ ସେବା ଯୋଗାଇ ଥିବା ଯୋଦ୍ଧା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ବୁଗୁଡା ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ପି ଏଚ ଡ଼ି କନିଷ୍ଠ ଯନ୍ତ୍ରୀ, ବୁଗୁଡା ସବ ପୋଷ୍ଟମାଷ୍ଟର ଏବଂ ଏସ.ବି.ଆଇ, ଇଣ୍ଡିଆନ ବ୍ୟାଙ୍କ,ଆଇ.ଓ.ବି., ଓ ଏକ୍ସସିସିବ୍ୟାଙ୍କ ଶାଖା ପରିଚାଳକ ବୃନ୍ଦଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା