ଭଞ୍ଜନଗର,୦୨/୦୫/୨୦୨୦: -ପୁଣି ଚତୁର୍ଥ ପଯ୍ୟାୟରେ ଜନ୍ମମାଟିକୁ ଫେରିଲେ ପ୍ରଭାସୀ ଓଡିଆ । ସୁରତ୍ ରୁ ୭ଟି ବସରେ ଗଞ୍ଜାମ ଫେରିଲେ ୩୮୫ ଓଡିଆ ।ଏମାନଙ୍କ ଘର ଶେରଗଡ,ଧରାକୋଟ,ବୁଗୁଡା,କବିସୂଯ୍ୟାନଗର,ପାଟପୁରୁ,ପୋଲସର,ବେଗୁନିଆପଡା ଅଞ୍ଚଳର । ପହଞ୍ଚିଥିବା ପ୍ରଭାସୀ ଓଡିଆଙ୍କୁ ପ୍ରାଥମିକ ଚିକିତ୍ସା ପରେ ୧୪ଦିନ ଚଳିବା ପାଇଁ ଏକ କିଟ ପ୍ରଦାନ କରାଯାଇଥିଲା ।ଭଞ୍ଜନଗର ବ୍ଲକ ତୁରୁମୁ ଗ୍ରାମରେ ଥିବା ସ୍ବାମୀ ଚିନ୍ଦନ ନ୍ଦ ଉଚ ବିଦ୍ୟାଳୟରେ କରାଯାଇଥିବା କୋରେଣ୍ଟାଇନ ସେଣ୍ଟରେ ୫୬ଜଣ ପ୍ରଭାସୀ ଓଡିଆକୁ ରଖାଯାଇଥିବା ବେଳେ କ୍ଷତ୍ରୀୟବ୍ରହୁପୁର ବିଦ୍ୟାଳୟରେ ମଧ୍ୟ କୋରେଣ୍ଟାଇନ ସେଣ୍ଟରେ ୧୦୮ଜଣକୁ ରଖାଯାଇଛି ।ସୁରତ୍ ରୁପ୍ରଭାସୀ ଓଡିଆକୁ ଆଣିଥିବା ୭ଟିିବସ ମଧ୍ୟରୁ ୪ଟି ବସକୁ ବିଭିନ୍ନ ବ୍ଲକ କୁ ପଠାଇ ଥିବା ବିଶ୍ବୁସ୍ତୁରୁ ଜଣାପଡିଛି ।କରୋନା କୁ ନେଇ କେନ୍ଦ୍ର ଓ ରାଜ୍ୟ ଲକ ଡାଉନ୍ କରିବା ଯୋଗୁ ସେମାନଙ୍କୁ ଖାଇବା ରହିବା ଅସୁବିଧା ଯୋଗୁ ନିଜ ଭିଟାମାଟିକୁ ଫେରି ଆସିଥିବା ପ୍ରଭା ସୀ ଓଡିଆ ଯୁବକ ମାନେ କହିଛନ୍ତି । ତୁରୁମୁ ସରପଞ୍ଚ ରବିନ୍ଦ୍ରକୁମାରଃ ପ୍ରଧାନ କହିଛନ୍ତି ସରକାରଙ୍କର ପ୍ରଭାସୀ ଓଡିଆଙ୍କ ପାଇଁଯାହା ନିୟମ ରହିଛି ତାହା ଯୋଗାଇ ଦିଆଯାଇଛି ।
ରିପୋର୍ଟ: ରବିନ୍ଦ୍ରପ୍ରଧାନ