ଦୁଇ ଦିନ ହେଲା ପାଇପ ପାଣି ବନ୍ଦ, ପାଣି ପାଇଁ ଲୋକେ ଛଟପଟ।

0
230

 

ଶେରଗଡ,୦୨୵୦୫୵୨୦୨୦: ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ସୁରଟ ଫେରନ୍ତା ଶ୍ରମିକମାନଙ୍କ ପାଇଁ ଆତଙ୍କ ସାଙ୍ଗକୁ ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି।ପିତ୍ତଳ ଅଂଚଳରେ ଦୁଇ ଦିନ ହେଲା ପାଇପ ଜଳ ଯୋଗାଣ ବନ୍ଦ ସାଙ୍ଗକୁ ଉତତ୍ପ ପରିବେଶ ଜନସାଧାରଣଙ୍କୁ ବିଶେଷ ଆକୁଳିତ କରିଛି।ପିତ୍ତଳ ବଜାର ହରିଜନ ଧୋବାସାହି ନିକଟରେ ସରକାରୀ ଜମିଉପରେ ଶହେବର୍ଷ ଧରିଥିବା କୂପଟି ରାସ୍ତା ପ୍ରଶସ୍ତିକରଣ ବେଳେ ଏହି କୂପ ଉପରେ ସିମେଣ୍ଟ ପ୍ଳେଟ ଢାକୁଂଣୀ ଦେଇ କୂପ ମୁହଁଟି କୁ ବନ୍ଦ କରାଯାଇଛି।ସେହି ସମୟରେ ଗଞ୍ଜାମ ଜିଲ୍ଲାପାଳ, ଶେରଗଡ ତହସିଲଦାର ଏହିକୂପ ବନ୍ଦ ନକରିବାକୁ ନିର୍ଦ୍ଦେଶ ଦେବାପରେ ସ୍ଥାନୀୟ ଗ୍ରାମ ନେତା, ଟାଉଟର, ଠିକାଦାର ଓ ଆର୍’ଡି ଯନ୍ତୀ ପ୍ରତିଶୃତି ଦେଇଥିଲେ ରାସ୍ତା କାମ ସରିଲେ ଏହି କୂପ ଉପରୁ ସିମେଣ୍ଟ ପ୍ଳେଟ ହଠାଇ ହ୍ଯାଣ୍ଡ ପମ୍ପ ଲଗାଇ ଲୋକେ ଏହି କୂପରୁ ପାଣି ନେବା ସୁବିଧା କରାଯିବ।କିନ୍ତୁ ଏ ମଧ୍ଯ ରେ ଛଅମାସ ଅତିବାହିତ ହୋଇଥିଲେ ମଧ୍ଯ ଜିଲାପାଳ,ବିଡିଓ ଓ ତହସିଲଦାର ଙ୍କ ଆଦେଶକୁ ଭୃକ୍ଷେପ ନ କରିଏହି କୂପରୂ ଜନସାଧାରଣ ପାଣି ନେବାର ବ୍ଯବସ୍ଥା କରୁନଥିବାରୁ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି ।ଗଞ୍ଜାମ ଜିଲ୍ଲାପାଳ ଘଟଣା ର ତଦନ୍ତ କରି ତୁରନ୍ତ ଏହି କୂପ ରୁ ମହିଳା ଓ ଜନସାଧାରଣ ପାଣି ପାଇବା ବ୍ଯବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here