ଗଞ୍ଜାମ,୦୪/୦୫/୨୦୨୦ (ଟୁକୁନା ପ୍ରଧାନ) – : ଆର୍ଟ ଅଫ୍ ଲିଭିଂ ର (Art of living) ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଯୋଗ ଗୁରୁ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ covid 19, ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ର ମୁକାବିଲା ପାଇଁ ଆର୍ଟ ଅଫ୍ ଲିଭିଂ ପରିବାର ପକ୍ଷରୁ ଦେବାଶିଷ ମହାରଣା ଙ୍କ ସଂଯୋଜନା ରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଂଚଳର ଅତି ଗରିବ ଶ୍ରେଣୀର ଲୋକଙ୍କୁ ଆର୍ଥିକ ସହାୟତା ଦିଆଯିବ ସହ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି,ଭବିଷ୍ୟତରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ନିହାତି ଗରିବ ଲୋକଙ୍କୁ ବିଦ୍ୟୁତ ଉପକରଣ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି, ଏଥିରେ ଲିପୁନ କୁମାର ଦୋରା ଙ୍କ ସମେତ ଯୁବ ସମାଜସେବୀ ପାଣୁ ନାୟକ, ଉତ୍ତମ ପଲେଇ ଓ ବ୍ଲକର ସମସ୍ତ ଆର୍ଟ ଅଫ୍ ଲିଭିଂ ର ସ୍ବେଛାସେବୀ ବିପର୍ଯ୍ୟୟ ସଂଗ୍ରାମୀ ମାନଙ୍କୁ ଅଂଚଳ ବାସୀଙ୍କ ତରଫରୁ ପ୍ରଶଂସା ଓ ଆଶୀର୍ବାଦ ର ସୁଅ ଛୁଟିଛି, ଭବିଷ୍ୟତରେ ଏହି ବିପର୍ଯ୍ୟୟ ବିରୋଧୀ ସଂଗ୍ରାମ ଜାରି ରହିବ ବୋଲି ଦେବାଶିଷ ମହାରଣା ଜଣାଇଛନ୍ତି ।