“‘ରେଳବାଇ ପକ୍ଷରୁ ଶ୍ରମିକଙ୍କଠାରୁ ଟଙ୍କା ଆଦାୟ କରାଯାଉନାହିଁ ’- ରେଳ ମନ୍ତ୍ରାଳୟ

0
202

ନୂଆଦିଲ୍ଲୀ,୦୪/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଘରକୁ ଫେରୁଥିବା ଶ୍ରମିକମାନଙ୍କ ସମସ୍ତ ରେଳଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି କହିବା ପରେ ଏ ନେଇ ପ୍ରତିକ୍ରିୟା ରଖିଛି ରେଳ ମନ୍ତ୍ରାଳୟ । ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଶ୍ରମିକଙ୍କ ଠାରୁ ଟିକେଟ୍ ବାବଦରେ କୌଣସି ଟଙ୍କା ଆଦାୟ କରାଯାଉନାହିଁ। କେବଳ ଯାହା ଯାତ୍ରୀଙ୍କ ସମୁଦାୟ ଯାତ୍ରା ଖର୍ଚ୍ଚର ୧୫ ପ୍ରତିଶତ ଟଙ୍କା ରାଜ୍ୟ ସରକାରଙ୍କଠାରୁ ନିଆ ଯାଉଛି।ରାଜ୍ୟ ଯେଉଁ ଶ୍ରମିକଙ୍କ ତାଲିକା ଦେଉଛି, ସେହି ତାଲିକା ଅନୁଯାୟୀ ରେଳ ବିଭାଗ ଶ୍ରମିକମାନଙ୍କୁ ଘରକୁ ପଠାଉଛି। ତାହା ବି ସାମାଜିକ ଦୂରତା ବଜାୟ ରଖି କରାଯାଉଛି।ଏମିତିକି ଟ୍ରେନ୍ ଭିତରେ ମାଗଣାରେ ଶ୍ରମିକଙ୍କୁ ଖାଦ୍ୟ ଓ ପାନୀୟ ଦିଆଯାଉଛି। ରେଳ ମନ୍ତ୍ରାଳୟର ଏଭଳି ପ୍ରତିକ୍ରିୟା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି, ଘରବାହୁଡା ଶ୍ରମିକମାନଙ୍କୁ ନିଜ ଘରକୁ ଫେରବା ପାଇଁ ରେଳବାଇ ଭଡା ଦେବାକୁ ପଡ଼ିବ ନାହିଁ। ଜୀବିକା ହରାଇ ଏହି ଶ୍ରମିକମାନେ ଦୁଇମୁଠା ଖାଦ୍ୟ ଯୋଗାଡ କରିପାରୁ ନାହାନ୍ତି। ଏପରି ସ୍ଥିତିରେ ସେମାନଙ୍କୁ ଘରକୁ ଆଣିବା ପାଇଁ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରୁଛନ୍ତି।”ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି, ଏ ନେଇ ପିୟୂଷ ଗୋୟଲଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଛି। ଏବେ କେନ୍ଦ୍ର ସରକାର ୮୫ ପ୍ରତିଶତ ଅର୍ଥ ଭରଣା କରିବେ ଏବଂ ରାଜ୍ୟ ସରକାର ୧୫ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଭରଣା କରିବେ। ଏ ନେଇ ଖୁବ୍‌ ଶୀଘ୍ର ରେଳ ମନ୍ତ୍ରାଳୟ ଘୋଷଣା ଜାରି କରିବେ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here