କରୋନା ମୁକାବିଲା ପାଇଁ ତାଲିମ ଶିବିର ।

0
186

 

ଶେରଗଡ,୦୪/୦୫/୨୦୨୦:କରୋନାମୁକାବିଲା ପାଇଁ ପିତ୍ତଳ ପଂଚାୟତ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।କରୋନା କୁ କିପରି ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଉଦବୋଧନ ଦେଇ ଥିଲେ।ପିତ୍ତଳ କଲେଜ ଅଧ୍ୟକ୍ଷ ପି ଅନ୍ତର୍ଯ୍ୟାମୀ ପାତ୍ର ମଧ୍ୟ କରୋନା ମୁକାବିଲା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ।ଏଥିରେ ଏହି ପଂଚାୟତ ର ସମସ୍ତ ସ୍କୂଲ ଶିକ୍ଷକ ଶିକ୍ଷୟତ୍ରୀ,ଅଧ୍ଯାପକ ଅଧ୍ୟପିକା,ଅଙ୍ଗନବାଡିକର୍ମୀ,ଆଶା ପାଚିକା ସହାୟିକା,ରାଜସ୍ୱ ନିରିକ୍ଷକ,ସି ଆର ସି ସି ଓ ସ୍ୱାସ୍ଥ୍ଯକର୍ମୀମାନେ ଯୋଗ ଦେଇଥିଲେ ।ପ୍ରଭାତୀ ଦାଶ,ପୁଷ୍ପାଜଳି ପଣ୍ଡା, ଅରୁଣ କୁମାର ସ୍ୱାଇଁ,ପ୍ରଶାନ୍ତ କୁମାର ରଥ,ସରିତା ପଣ୍ଡା, ରଂଜିତା ରଥ, ବାସନ୍ତି ସାହୁ, କାଦମ୍ବରୀନାୟକ, ତୃପ୍ତିମିଶ୍ର ,ନମିତାସାହୁ,ଗୀତାଞଳିନାୟକ, ଏ ସୁଜାତା ଓ ଅଭୟ କୁମାର ସାହୁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରଣ କରିଥିଲେ ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here