ବେଗୁନିଆପଡ଼ା ବ୍ଲକ୍ ର ୨ ଟି ସଂଗରୋଧ କେନ୍ଦ୍ରରୁ ଫେରିନଥିବା ବ୍ୟକ୍ତି ସବୁ ଅନ୍ୟ ସଂଗରୋଧ କେନ୍ଦ୍ର ରେ ଅଛନ୍ତି ? ନା ବର୍ତ୍ତମାନ ସୁଦ୍ଧା ଫେରାର୍ ଅଛନ୍ତି ! ଆଶଙ୍କା ରେ ଜନସାଧାରଣ

0
202

ଗଞ୍ଜାମ, ୦୪/୦୫/୨୦୨୦(ଟୁକୁନା ପ୍ରଧାନ) – :ଗତ କାଲି ସକାଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ଦୁଇଟି ସଂଗରୋଧ କକ୍ଷରୁ ଶତାଧିକ ସୁରାଟ ଫେରନ୍ତା ଫେରାର୍ ହେବାପରେ ବର୍ତ୍ତମାନ ସୁଦ୍ଧା କିଛି ଲୋକ ସଂଗରୋଧ କେନ୍ଦ୍ରକୁ ଫେରିନଥିବା ବେଳେ ଏମାନେ ଅନ୍ୟ ପଞ୍ଚାୟତର ସଂଗରୋଧ କକ୍ଷରେ ଥାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି l ଯଦି ସେମାନେ କୌଣସି ସଂଗ ରୋଧ କେନ୍ଦ୍ରରେ ନଥିବେ ତାହାହେଲେ ଅବସ୍ଥା ଯେ କଣ ହେବ କିଛି କହିହେବ ନାହିଁ । ଗତ କାଲି ଜନତା ହାଇସ୍କୁଲ ପରିସରରେ ୨୨୧ ଜଣ ସୁରାଟ ଫେରନ୍ତା ରହିଥିବା ବେଳେ ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୧୭୯ ଜଣ ବ୍ୟକ୍ତି ରହିଥିଲେ ହଠାତ୍ ସକାଳୁ ଉଭୟ କେନ୍ଦ୍ରରୁ ଶତାଧିକ ବ୍ୟକ୍ତି ଫାଟକ ଭାଙ୍ଗି ମନଇଚ୍ଛା ଚାଲିଯାଇ ପ୍ରସାଶନକୁ ନାକେଦମ୍ କରିଦେଇଥିଲେ l ପରେ ପ୍ରଶାସନ, ପୋଲିସ ଓ ଜନ ପ୍ରତିନିଧି ମାନଙ୍କ ଚେଷ୍ଟାରେ ଓଡିଶା ଆଦର୍ଶ ବିଦ୍ୟାଳୟ କୁ ୧୪୮ ଜଣ ଫେରି ଆସିଥିବା ବେଳେ ସାଙ୍କୁଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ୩୧ ଜଣ ଆସି ରହିଥିଲେ l କିନ୍ତୁ ଜନତା ହାଇସ୍କୁଲ ପରିସରକୁ ୧୮୫ ଜଣଙ୍କୁ ଫେରାଇ ଅଣାଯାଇଥିବା ବେଳେ ଆଉ ୩୬ଜଣ ଫେରାର୍ ଥିଲେ ଫଳରେ ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା l ଆଜି ସେମାନେ କୁଆଡେ ସେମାନଙ୍କର ନିଜ ପଞ୍ଚାୟତ ରେ ହୋଇଥିବା ସଂଗରୋଧ କକ୍ଷରେ ରହିଛନ୍ତି ବୋଲି ସୂଚନା ମିଳିଛି । ଯଦି ବର୍ତ୍ତମାନ ସୁଦ୍ଧା ସେମାନେ ଫେରାର୍ ଥିବେ ବା କୌଣସି ସଂଗରୋଧ କେନ୍ଦ୍ରରେ ନ ଥିବେ ଅବସ୍ଥା ଯେ କଣ ହେବ କିଛି କହିହେବ ନାହିଁ ଏବଂ ଏହା ଉପରେ ଆଶଙ୍କା ମଧ୍ଯ ପ୍ରକାଶ ପାଇଛି l ଏବଂ ଏ ନେଇ ବେଗୁନିଆପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ବିଭିନ୍ନ ପଞ୍ଚାୟତ କକ୍ଷରେ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here