ଉପଜିଲ୍ଲାପାଳଙ୍କ ମହାନତା , ୧୮ ଜଣ ଶ୍ରମିକଙ୍କୁ ଛତିଶଗଡ ପଠାଇବା ବ୍ୟବସ୍ଥା କଲେ….

0
186

ଭଞ୍ଜନଗର,୦୭/୦୫/୨୦୨୦: ଲୋକଙ୍କୁ ସେବା ଯୋଗେଇଦେବାରେ ସର୍ବଦା ପ୍ରସ୍ତୁତ ଥିବା ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ପୁଣି ଥରେ ନିଜର ବ୍ୟକ୍ତିତ୍ବ କୁ ପ୍ରତିପାଦନ କରି ଅସହାୟର ସାହl ବନିଛନ୍ତି | ଛତିଶଗଡ଼ କୁ ଚାଲି ଚାଲି ଯିବା ପାଇଁ ପ୍ରସ୍ତୁତ ହେଉଥିବା ୧୮ ଜଣ ଶ୍ରମିକ ଙ୍କ ଖବର ଶୁଣି ନିଜେ ଉପଜିଲ୍ଲାପାଳ ବେଲ୍ଲାଗୁଣ୍ଠା ବ୍ଲକ ପାଇଲପୋଡା ଗ୍ରାମକୁ ଯାଇ ସେମାନଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି ଏକ ସ୍ୱତନ୍ତ୍ର ଗାଡି ଯୋଗେ ସେମାନଙ୍କୁ ଘର ଅଭିମୁଖେ ପଠେଇବାର ବ୍ୟବସ୍ଥା କରି ମହାନତା ର ପରିଚୟ ଦେଇଛନ୍ତି |ସୁଦୂର ଛତିଶଗଡ଼ ରାଜ୍ୟର ରାୟଗଡ ଜିଲ୍ଲାର କିଛି ଶ୍ରମିକ ପେଟପାଟଣା ପାଇଁ ଜଣେ ଦଲାଲ ର ସହାୟତାରେ ପାଇଲପୋଡା ଆଞ୍ଚଳରେ ଏକ ଇଟାଭାଟିରେ ଗତ ନଭେମ୍ବର ୨୦୧୯ ରୁ କାମ କରିଆସୁଥିଲେ | ଲକ ଡାଉନ କାରଣରୁ ଘରକୁ ଫେରି ପାରୁନଥିଲେ | କାମ ବନ୍ଦ ପରେ ଇଟାଭାଟି ମାଲିକ ଶିବରାମ ବେହେରା କୌଣସି ପାରିଶ୍ରମିକ କିମ୍ବା ଖାଇବା ବ୍ୟବସ୍ଥା କରିବାକୁ ମନା କରିଥିଲା | ପରେ ସେମାନେ ସେ ଜାଗା ଛାଡି ରାସ୍ତା ପାର୍ଶରେ ରହୁଥିବା ବେଳେ ପ୍ରଶାସନ ଦେଖି ଦୁଇ ଦିନ ପୂର୍ବରୁ ପାଇଲପୋଡା ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ ଆଣି ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କରୁଥିଲେ | ଆଜି ସେମାନେ ଚାଲି ଚାଲି ଛତିଶଗଡ଼ ଯିବାକୁ ବାହାରିଥିଲେ | ଏହି ସମୟରେ ନିଜେ ଉପଜିଲ୍ଲାପାଳ ପହଁଚି ସେମାନଙ୍କୁ ଅଟକାଇବା ସହ ଯିବା ବ୍ୟବସ୍ଥା କରାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ | ସୂଚନା ଯେ. ଆସନ୍ତା କାଲି ଏକ ସ୍ୱତନ୍ତ୍ର ଗାଡି ରେ ରୁଟ ପରମିଟ କରି ୧୮ ଜଣଙ୍କୁ ଛତିଶଗଡ଼ ଅଭିମୁଖେ ପଠାଇ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି | ପରେ ଉପଜିଲାପାଳ ପାଇଲପୋଡ଼ା ଏଵଂ କେ.ନୁଆଁଗଡ଼ ରେ ସୁରତ ଫେରନ୍ତା ଙ୍କ ପାଇଁ ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରର ସ୍ଥିତି ବୁଲିଦେଖିଛନ୍ତି | ଏହି ଦୁଇ ସଙ୍ଗରୋଧ କେନ୍ଦ୍ରରେ ଯଥାକ୍ରମେ ୨୩ ଏଵଂ ୪୦ ଜଣ ସୁରତ ଫେରନ୍ତା ରହିଛନ୍ତି | ସଙ୍ଗରୋଧରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କିପରି ପ୍ରବାସୀଙ୍କ ଠାରୁ ଦୂରତା ରକ୍ଷା କରି କାମ କରିବେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି |

 

ରିପୋର୍ଟ: ରବିନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here