ଦିଗପହଣ୍ଡି,୦୭/୦୫/୨୦୨୦(-ଗଦାଧର ଶୁକ୍ଳ)କେନ୍ଦ୍ରମନ୍ତ୍ରୀ ଡ଼.ଧର୍ମେନ୍ଦ୍ର ପ୍ରଧାନ ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଗୁରୁବାର ଏକ ରିଲିଫ ସାମଗ୍ରୀ ବୋଝେଇ ଟ୍ରକ ପଠାଇଛନ୍ତି।ଟ୍ରକଟି ଦିଗପହଣ୍ଡି ସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟ ନିକଟରେ ପହଞ୍ଚିଛି। ସନ୍ଧ୍ୟା ରେ ଦଳର କାର୍ଯ୍ୟକର୍ତ୍ତା ମନୋଜ କୁମାର ପଣ୍ଡା,ଶୁଭେନ୍ଦୁ କୁମାର ପାଢୀ,ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ରିଲିଫ ସାମଗ୍ରୀ ସମ୍ପର୍କରେ ସୁଚନା ଦେଇଥିଲେ।
ଚୁଡା,ବିସ୍କେଟ,ମାକ୍ସ,ସାବୁନ,ଚାଉଳ,ଡାଲି ଓ ଚିନି ଭଳି ଶୁଖିଲା ସାମଗ୍ରୀ କେନ୍ଦ୍ରମନ୍ତ୍ରୀ ପଠାଇଥିବା ଜଣାଇଛନ୍ତି।ଏସବୁ ଖାଦ୍ୟ ସାମଗ୍ରୀ ଗରିବ,ନିଷ୍ପେଶିତ ଲୋକଙ୍କୁ ବଣ୍ଟାଯିବା ସମ୍ପର୍କରେ ସେମାନେ ସୁଚନା ଦେଇଛନ୍ତି।ତା ସହିତ କରୋନା ର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ବ୍ୟାପକ ସଚେତନ କରିବା ସହ ଏହି କରୋନା ଯୁଦ୍ଧରେ ସମସ୍ତ ଦଳୀୟ କର୍ମୀ ସହଯୋଗ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିବା ସେମାନେ କହିଛନ୍ତି।
ଏଭଳି ବିପର୍ଯ୍ଯୟ ସମୟରେ ଗରୀବଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଇଥିବା ଯୋଗୁଁ ବିଜେପି ଦିଗପହଣ୍ଡି ମଣ୍ଡଳ କମିଟି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କାର୍ଯ୍ୟକର୍ତ୍ତା ଭୃଗୁବକ୍ସି ପାତ୍ର,ବିଭୂତି ଜେନା ଓ ପିଙ୍କି ପ୍ରଧାନଙ୍କୁ ଦଳୀୟ କର୍ମୀ ଶୁଭେଛା ଜଣାଇଛନ୍ତି।